ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ଆଜି ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ସହରର ୯ନଂ ୱାର୍ଡର ରାଣୀ ସାହିର ବିଶ୍ୱନାଥ ମହାନ୍ତିଙ୍କ ପୁଅ ଲିପୁନ ମହାନ୍ତି(୭) ଆଜି ଭୋର ୩ଟା ସମୟରେ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛି। ମିଳିଥିବା ସୂଚନାନୁଯାୟୀ ଲିପୁନ ନିଜ ବାପା ମାଙ୍କ ସହ ଶୋଇଥିବା ସମୟରେ ଆଜି ଭୋର ସମୟରେ ଏକ ଚିଟି ସାପଟି ଲିପୁନର ଜ୍ୟାକେଟ ମଧ୍ୟକୁ ପଶି କାମୁଡିଥିଲା। ପରେ ଶିଶୁଟି ଚିତ୍କାର କରିବାରୁ ପିତା ମାତା ସାପଟିକୁ କାଢି ବାହାରେ ଫିଙ୍ଗି ଦେଇଥିଲେ। ତେବେ ଅଳ୍ପ କିଛି ସମୟ ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିବାରବର୍ଗ ନେଇଥିଲେ। ସେଠାରେ ଶିଶୁଟିର ଅବସ୍ଥା ଗୁରୁତର ଦେଖି ଡାକ୍ତର ଶିଶୁଟିକୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ତେବେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁବରଣ ହୋଇଥିବା ଜଣାପଡିଛି। ଶିଶୁଟିର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.