ମାଲକାନଗିରି ସଦର ଥାନା ସମ୍ମୁଖରେ ଅଭିଯୋଗକାରୀଙ୍କ ଆତ୍ମହତ୍ୟା ଉଦ୍ୟମ । କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା ।

ମାଲକାନଗିରି:
ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ସମ୍ମୁଖରେ ଦେଖିବାକୁ ମିଳିଛି ଏ ଘଟଣା । ପୋଲିସଠୁ ନ୍ୟାୟ ନ ପାଇ ନିରାଶ ହୋଇ ଏ ପଦକ୍ଷେପ ନେଇଛନ୍ତି ଗଙ୍ଗଲା ପଞ୍ଚାୟତରେ ବାସ କରୁଥିବା ସ୍ବର୍ଗତ ଭଗୁ ହନ୍ତାଳଙ୍କ ସ୍ତ୍ରୀ । ସୂଚନା ଅନୁଯାୟୀ ଗତ 9 ତାରିଖରେ ମାଲକାନଗିରି ଜିଲ୍ଲା ଗାଁଗଲା ଗ୍ରାମର ଭଗୁ ହନ୍ତାଳଙ୍କ ଦଶା କାର୍ଯ୍ୟ ଚାଲିଥିଲା । ଏହି ସମୟରେ ତାଙ୍କର କିଛି ଭାଇ ଭଗୁଙ୍କ ପତ୍ନୀ ସୁକାନ୍ତି ଓ ଭାଉଜଙ୍କ ସହ ବଚସା କରିବା ସହ ନିସ୍ତୁକ ମାଡ଼ ମାରିଥିଲେ । ତେବେ ଏହାପରେ ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଅଭିଯୁକ୍ତଙ୍କ ଘରେ ବସି ଚା’ ପିଇ ସେଠାରୁ ଚାଲି ଆସିଥିବା ଅଭିଯୋଗ କରିଛନ୍ତି ଭଗୁ ଙ୍କ ପତ୍ନୀ । ତେବେ ତାଙ୍କୁ ନ୍ୟାୟ ନ ମିଳିବାରୁ ଯାହାର ପ୍ରତିବାଦରେ ଆଜି ସେ ଥାନା ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସାଲୟ କୁ ନିଆଯାଇଛି ।

Leave A Reply

Your email address will not be published.