mobile header

ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ହିତାଧିକାରୀଙ୍କ ଆଲୋଚନା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୨୪ା୫ : ଆଗାମୀ ୩୧.୦୫.୨୦୨୨ ରିଖ ଦିବା ୧୦.୩୦ ମିନିଟ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର ତିନୋଟି ଜିଲ୍ଲା ବୌଦ୍ଧ,ଯାଜପୁର ଓ କୋରାପୁଟ ର ବିଭିନ୍ନ ହିତାଧିକାରୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ ଓ ସହର),ପୋଷଣ ଅଭିଯାନ,ଉଜ୍ଜଳା ଯୋଜନା,ସ୍ୱଛ ଭାରତ,ଜଳ ଜବୀନ ମିଶନ,ପ୍ରଧାନମନ୍ତ୍ରୀ ନିଧି ଯୋଜନା,ଆୟୁଷ୍ମାନ ଭାରତ, ସ୍ୱାସ୍ଥ୍ୟମେଳା,ମୁଦ୍ରା ଯୋଜନା,ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାର ହିତାଧିକାରୀଙ୍କ ସହିତ ଆଭାସୀ ଜରିଆରେ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମ ବୌଦ୍ଧଜିଲାରେ ସଫଳତାର ସହିତ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଯୋଜନାର ୨୦ ଜଣ ଲେଖାଏଁ ହିତାଧିକାରୀ ଏଥିପାଇଁ ପ୍ରସ୍ତୁତ ରହିବେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ,ବିଧାୟକ, ଜିଲାପରିଷଦ ଅଧ୍ୟକ୍ଷ,ଏନଏସି ଅଧ୍ୟକ୍ଷ, ସମସ୍ତ ବ୍ଲକ ଅଧ୍ୟକ୍ଷ,ପଞ୍ଚାୟତିରାଜ ସଦସ୍ୟ,ସ୍ୱାଧୀନତା ସଂଗ୍ରାମୀ ଏବଂ ତାଙ୍କର ପରିବାରବର୍ଗ,ବୁଦ୍ଧିଜିବୀ,ବରିଷ୍ଠ ନାଗରିକ,ସମସ୍ତ ବ୍ୟାଙ୍କର ପ୍ରତିନିଧି, ସମସ୍ତ ସରକାରୀ ଅଧିକାରୀ,ସ୍ୱେଛାସେବୀ ସଂଗଠନ,ସାମାଜିକ ସଂଗଠନ ଓ ଗଣମାଧ୍ୟମ ପ୍ରତିନିଧିମାନେ ବହୁଳ ସଂଖ୍ୟାରେ ଯୋଗଦେବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ମଇ ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ସାମାଜିକ ଗଣମାଧ୍ୟମ ,ସମ୍ବାଦପତ୍ର,ବୈଦ୍ୟୁତିକ ଗଣମାଧ୍ୟମରେ ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ସଫଳ କାହାଣୀ ଗୁଡିକ ପ୍ରଚାର ପ୍ରସାର କରାଯିବାକୁ ଜିଲାପାଳ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେରଙ୍କ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.