ବୀମା ଓ ମରୁଡି ସହାୟତା ରାଶି ପ୍ରଦାନ ଦାବିରେ ରାଜ ବୋଡା ସମ୍ବର କୃଷକ ସଂଗଠନ ର ଜରୁରୀ ବୈଠକ

ଗାଇସିଲେଟ- ମରୁଡି ପ୍ରପୀଡ଼ିତ ପଦ୍ମପୁର ସବ ଡିଭିଜନ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଲେବିଡି ନାଲା ର ଆମ୍ବ ବୁରେଇ ଠାରେ ଆଜି ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ ର ଚାଷୀ ମାନଙ୍କୁ ନେଇ ସଂଗଠନ ର ସଭାପତି ଅରବିନ୍ଦ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଗତ ୨୦୨୧ ଖରିଫ ଋତୁ ର ଫସଲବୀମା ପଲିସି କୁ ଏଚ ଡି ଏଫ ସି କମ୍ପାନୀ ରିଜେକ୍ଟ ରିଭର୍ଟ ପେଣ୍ଡିଙ୍ଗ ନାଁରେ କାଟ ଛାଟ କରି ଚାଷୀ ମାନଙ୍କୁ ବୀମା ଟଙ୍କା ନ ଦେବା ଆଳରେ ଭୁଆଁ ବୁଲାଉଛି ସେ ବିଷୟରେ ବିଶେଷ ଆଲୋଚନା କରାଯାଇ ତୀବ୍ର ନିନ୍ଦା କରା ଯାଇଥିଲା l କମ୍ପାନୀ ଓ ପ୍ରସାଶନ ମିଶି ଚାଷୀ ଙ୍କୁ ଶୋଷଣ କରା ଯାଉଛି ବୋଲି ମତ ଆସିଥିଲା l ଆଗାମୀ ଜୁନ ୫ ତାରିଖ ସୁଦ୍ଧା ଯଦି କମ୍ପାନୀ ସମସ୍ତ ଆବେଦନ କୁ ଏପୃଭ କରି ବୀମା କ୍ଷତି ପୁରଣ ପ୍ରଦାନ କରା ଯାଉ ଓ ୨୦୨୧ମସିହା ଖରିଫ ଋତୁ ରେ ଭୟଙ୍କର ମରୁଡି ହୋଇଥିଲା ଯାହାକି ଏ ପ୍ରଯ୍ୟନ୍ତ ମରୁଡ଼ି ଘୋଷଣା ହୋଇନାହିଁ କି ମରୁଡି ସହାୟତା ରାଶି ମିଳିନାହିଁ l ତୁରନ୍ତ ବୀମା ଟଙ୍କା ଓ ମରୁଡି ସହାୟତା ରାଶି ଆଗାମୀ ଜୁନ ମାସ ୫ ତାରିଖ ସୁଦ୍ଧା ପ୍ରଦାନ କରାଯାଉ ଓ ଏଚ ଡି ଏଫ ସି କମ୍ପାନୀ କୁ ଫସଲବୀମା ରେ ବରଗଡ଼ ଜିଲ୍ଲାରୁ ତୁରନ୍ତ ହଟା ଯାଉ l ଆଜି ପ୍ରଯ୍ୟନ୍ତ କ୍ରପ କଟିଂ ରିପୋର୍ଟ ସର୍ବ ସାଧାରଣ କରା ନଯିବା ଘଟଣା କୁ ନିନ୍ଦା କରା ଯିବା ସହିତ ଆଗାମୀ ୫ ତାରିଖ ସୁଦ୍ଧା ସମସ୍ତ ସମସ୍ୟା ର ସମାଧାନ କରାଯାଉ l ନଚେତ ଆଗାମୀ ଜୁନ ୬ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏ ଗାଇସିଲେଟ ବ୍ଲକ ର ସମସ୍ତ ସରକାରୀ କାର୍ଯ୍ୟାଳୟ ,ଦୋକାନ ବଜାର ଓ ମୁଖ୍ୟ ରାସ୍ତା କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ସଂଗଠନ ପକ୍ଷରୁ ସୋମବାର ଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବି ପତ୍ର ଦେବା ସହ ଚେତାବନୀ ମୂଳକ ଦାବି ପତ୍ର ପ୍ରଦାନ କରିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆ ଯାଇଛି l ଏହି ବୈଠକ ରେ ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା, ସରୋଜ ସାହୁ,ଗଜପତି ସାହୁ,ଆନନ୍ଦ ଚନ୍ଦ୍ର ପଧାନ, ଡୋଳାମଣି ସାହୁ,ପୁରୁ ଷୋତ୍ତମ ସାହୁ,ବେଣୁଧର ସାବତ, କ୍ଷୀରୋଦ ସାହୁ, ମୋହନ ସିଂ ବରିହା, ଜଗମୋହନ ସେଠ, ସମାରୁ ସାହୁ,ବିରେନ୍ଦ୍ର ସାହୁ,ରଥୀ ସାହୁ,ପ୍ରସନ୍ନ କୁମ୍ଭାର,ପ୍ରଫୁଲ୍ଲ ପଧାନ,ଗୁପ୍ତେଶ୍ଵର ସାହୁ ଓ ଗାଇସିଲେଟ ବ୍ଲକ ର ଅନେକ ଚାଷୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.