ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦେଖାକଲେ ସିଟିଜନ୍ ଫୋରମର 7 ଜଣିଆ ଟିମ୍ ।

ମାଲକାନଗିରି – ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୁ ଗତକାଲି ସିଟିଜନ୍ ଫୋରମର 7 ଜଣିଆ ଟିମ୍ ଗସ୍ତ କରି ହସପିଟାଲର ବୁଲି ଦେଖିଲାପରେ ବିଭିନ୍ନ ସମସ୍ୟା ନେଇ ହସପିଟାଲ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଏବଂ ପରେ ହସପିଟାଲ ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମାଲକାନଗିରି ଜିଲାପାଳଙ୍କୁ ଦେଖା କରିଥିଲେ । – ହସପିଟାଲ ପାଇଁ ମୁଖ୍ଯତ ବର୍ଷକ ପୁର୍ବରୁ ଆସିଥିବା ସିଟିସ୍କାନ ର କାର୍ଯ୍ୟକ୍ଷମ ନେଇ ଦେଖାଯାଇଥିବା ସମସ୍ୟା ଉପରେ ଆଲୋଚନା କରିଥିଲେସିଟିଜନ୍ ଫୋରମର ସଦସ୍ଯ ମାନେ । ହସ୍ପିଟାଲ୍ କାଯୁଆଲ୍ ଟି ରେ 20ଟି ବେଡ୍ ପରିବର୍ତେ ଅଛି ମାତ୍ର 3ଟି ବେଡ୍ ଏବଂ ଏହାକୁ ଲାଗି ରହିଥିବା ଅଂଶୁଘାତ କକ୍ଷରେ 20ଟି ବେଡ୍ ପରିବର୍ତେ ଅଛି ମାତ୍ର 2ଟି ବେଡ୍ ।କାଯୁଏଲ୍ ଟିର ଏଭଳି ସ୍ଥାନ ରେ ବେଡ୍ ବଢାଇବା ପରିବର୍ତେ ଏହି ସ୍ଥାନ ରେ ଟେମ୍ପରାରି ଭାବେ କିଭଳି ସିଟିସ୍କାନ କର୍ଯ୍ୟ ଗୃହ ନିର୍ମାଣ କରା ଯାଉଛି ଏବଂ ଏହି ସ୍ଥାନରେ ଛୋଟ ଛୋଟ କୋଠରିକୁ ଭାଗକରି ଅଂଶୁଘାତ ଚିକିତ୍ସା କକ୍ଷ କରାଯାଉଛି । ଏହାକୁ ନେଇ ପ୍ରଶ୍ନ ଉଠାଇବା ସହ ଏଠାରେ ତରବରିଆ ଭାବ କରାଯାଉଥିବା କମକୁ ତୁରନ୍ତ ବନ୍ଦକରି ରେଡିଓ ଲୋଜି ଡିପାର୍ଟମେଣ୍ଟ ର ପରମାନେଣ୍ଟ ଗୃହ କରାଯାଉ ବୋଲି ଦାବି ରଖିଛନ୍ତି ସିଟିଜନ୍ ଫୋରମର ସଦସ୍ଯ ମାନେ ।ଜିଲ୍ଲାର ଏହା ମୁଖ୍ଯ ଚିକିତ୍ସାଳୟ ହୋଇଥିବାରୁ ଜିଲ୍ଲା ଓ ଜିଲ୍ଲା ବାହାରର ସହ ସହ ରୋଗି ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । ଏଠାକୁ ରୋଗିଙ୍କ ସହ ଆସିଥିବା ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ହସ୍ପିଟାଲ ପରିସର ବାହାରେ ସୌଚାଳୟ ଟି ବି ନଥିବାରୁ ଲୋକମାନେ ନାହିଁ ନଥିବା ହଇରାଣ ହଇରାଣ ହଉଛନ୍ତି । ଏଥି ହସ୍ପିଟାଲ ଠାରୁ ବ୍ଲଡ ବ୍ୟାଙ୍କ 3 କିଲୋମିଟର ଦୁରରେ ଥିବାରୁ ବ୍ଲଡ ପାଇଁ ଆସୁଥିବା ରୋଗି ମାନଙ୍କ ସମ୍ପର୍କିତ ମାନେ ନାହିଁ ନଥିବା ହଇରାଣ ହବା ସହ ଗରିବ ଲୋକ ମାନେ ଅଟୋ ଭଡା 400 ରୁ 500 ଟଙ୍କା ଦବାକୁ ପଡୁଥିବା ଅଭିଯୋଗ କରିଛନ୍ତି । ଏଥିସହ ଏଠାରେ ଓ୍ବାଏର୍ ହାଉସ୍ ବି ନଥିବାରୁ ଜରୁରି ଔଷଧ ଆଣିବା ପାଇଁ ହସ୍ପିଟାଲ କତୃପକ୍ଷ ପୁରୁଣା ହସ୍ପିଟାଲ କୁ 3 କିଲମିଟର ଜିବାକୁ ପଡୁଥିବା କହିଥିବା ଅଭିଯୋଗ ଆଣିଛନ୍ତି ସିଟିଜନ୍ ଫୋରମର ସଦସ୍ଯ ମାନେ । – ହସ୍ପିଟାଲ ରେ ସ୍ଥାଇ ରେଡିଓଲୋଜି ଗୃହ , ରକ୍ତ ଭଣ୍ଡାର, ସାର୍ବଜନୀକ ସୌଚାଳୟ ଭଳି ବିଭିନ୍ନ ସମସ୍ୟାନେଇ ନେଇ ମାଲକାନଗିରି ସିଡିଏମ୍ଓଙ୍କ ସହ ଆଲୋଚନା କରି ବା ପରେ ଜିଲ୍ଲାପାଳଙ୍କୁ ଦେଖାକରି ସମସ୍ୟା ଜଣାଇଛନ୍ତି ସିଟିଜନ୍ ଫୋରମର ସଦସ୍ଯ ମାନେ । ସିଟିଜନ୍ ଫୋରମର ଟିମ୍ ରେ ବରିଷ୍ଠ ଓକିଲ ଦୁର୍ଗାପ୍ରସାଦ ତ୍ରିପାଠୀ , ସଦସ୍ଯ ବରିଷ୍ଠ ଓକିଲ ଅଶୋକ କୁମାର ପଟନାୟକ , ବରିଷ୍ଠ ନାଗରିକ ଅଶୋକ କୁମାର ସାମଲ୍ , ସମାଜସେବୀ ଜି ଶ୍ରୀନିବାସ ରାଓ , ଆଦିବାସୀ ସମାଜସେବୀ ଏରା ପଡିଆମି , ଆଦିବାସି ନେତା ତଥା ସାମ୍ବାଦିକ ସନୁ ଅନୁଗୁଳିଆ ଏବଂ ସାମ୍ବାଦିକ ପଞ୍ଚାନନ ଦାଶ ପ୍ରମୁଖ ହସ୍ପିଟାଲ ବୁଲି ଦେଖିବା ସହ ହସ୍ପିଟାଲର ସମସ୍ୟା ର ସମାଧାନ ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କୁ ଦେଖାକରିଥିଲେ । ଶାତ ମହଲା ବିଶିଷ୍ଟ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଏଭଳି ବହୁ ସମସ୍ୟା ଥିବାବେଳ ଜିଲ୍ଲାପାଳ ଏହି ସବୁ ସମସ୍ୟାର କିଭଳି ଓ କେତେ ଦିନରେ ସମାଧାନ କରୁଛନ୍ତି ତାହା ଦେଖିବାକୁ ରହିଲା ।

Leave A Reply

Your email address will not be published.