ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୧ କୋଟି ୩୬ ଲକ୍ଷ ୩୫ ହଜାର ଟଙ୍କା ଓ ୧ କିଲୋ ୨୦୦ ଗ୍ରାମ୍ ସୁନା

||ମାଲକାନଗିରି||

ଓଡିଶା ଭିଜିଲାନ୍ସ ଇତିହାସ ରେ ବିରଳ

ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏକ ବିରଳ ଘଟଣା । ମାଲକାନଗିରିର ଭିଜିଲାନ୍ସ ପକ୍ଷରୁ ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢଉ କରାଯିବା ପରେ ତାଙ୍କ ଘରୁ ନଗଦ ୧ କୋଟି ୩୬ ଲକ୍ଷ ୩୫ ହଜାର ଟଙ୍କା ଓ ୧ କିଗ୍ରା ୨୦୦ ଗ୍ରାମ୍ ସୁନା ମିଲିଲାଣି। ଭିଜିଲାନ୍ସ ଇତିହାସରେ ପ୍ରଥମ ଥର ପାଇଁ ଏତେ ପରିମାଣର ଟଙ୍କା ଓ ସୁନା ଜବତ ହୋଇଛି।

ସ୍ୱାଭିମାନ ଅଂଚଳର ବିକାଶ ପାଇଁ ସହ ସହ କୋଟି ତାଙ୍କ ବୟ ଅଟକଳରେ ଦାୟିତ୍ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଥିଲେ. ତାଙ୍କର ୧୨ଟି ବ୍ୟାଙ୍କ
ଆକାଉଣ୍ଟ୍ ସମ୍ପର୍କୀୟ ଓ ପରିବାର ଲୋକଙ୍କ ନା ରେ ରହିଛି. ତାଙ୍କର ବ୍ୟାଙ୍କ ଲକର କୁ ଆଶିଷ ନିଜେ ପରିଚାଳନା କରୁଥିଲେ ଏଠି ସହ ୪କୋଟି ଫିକ୍ସୱେଡ ଦିପୋସିତ ରହିଛି ଆଉ ୨ଟି ବ୍ୟାଙ୍କ ଲକେର ରହିଛି ଏବେବି ଭିଜିଲାନ୍ସ ର ଦାତନତା ଜାରି ରହିଛି.


ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କର ବିଭିନ୍ନ ସ୍ଥାନରେ ଚଢଉ ପରେ କୋଟି କୋଟି ଟଙ୍କା ବାହାରୁଛି। ଆଜି ଚତୁର୍ଥ ଦିନରେ ବି ସରୁନି ଭିଜିଲାନ୍ସର ଖୋଳତାଡ଼। ଭୁବନେଶ୍ବର ଫ୍ଲାଟରୁ ମିଳିଲା ନଗଦ କୋଟିଏ ୧୫ ଲକ୍ଷ ଟଙ୍କା। ୬୩୦ ଗ୍ରାମ ସୁନା ବି ଜବତ କରିଛି ଭିଜିଲାନ୍ସ।

ସୂଚନାଯୋଗ୍ୟ, ତୃତୀୟ ଦିନରେ ଭିଜିଲାନସ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟାଙ୍କ ଏବଂ ଘରେ ଚଢଉ କରାଯିବା ପରେ ଏଫଡି ଏବଂ ଜୀବନ ବୀମା ବାବଦକୁ ୧ କୋଟି ୭୭ ଲକ୍ଷ ଟଙ୍କା ରହିଥିବା ଜଣାପଡିଥିଲା। ସେଥିମଧ୍ୟରୁ ଆକ୍ସିସ ବ୍ୟାଙ୍କରେ ୧୮ ଜଣଙ୍କ ନାମରେ ୭୮ ଲକ୍ଷ ଟଙ୍କାର ଏଫଡି ରହିଛି। ସେମାନଙ୍କ ମଧ୍ୟରୁ ଆଶିଷ କୁମାର ଦାସଙ୍କ ନାମରେ ୧୮ ଲକ୍ଷ ଟଙ୍କା, ପତ୍ନୀ ନାମରେ ୨୦ ଲକ୍ଷ ଟଙ୍କା, ପୁଅ ନାମରେ ୧୫ ଲକ୍ଷ ଟଙ୍କା ଏବଂ ଅନ୍ୟ ସମ୍ପର୍କୀୟ ଏବଂ ଅଜଣା ବ୍ୟକ୍ତିଙ୍କ ନାମରେ ୨୫ ଲକ୍ଷ ଟଙ୍କା ରହିଛି।
ସେହିପରି ୪୪ ଲକ୍ଷ ଟଙ୍କା ଜୀବନ ବୀମା ଏବଂ ମ୍ୟାକ୍ସ ଲାଇଫ ଇନସୁରାନ୍ସରେ ରହିଛି। ୟୁଟିଆଇରେ ୨୫ ଲକ୍ଷ ଟଙ୍କା ରହିଛି।

କେନ୍ଦୁଝର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ୧୬ ଲକ୍ଷ ଟଙ୍କା ରହିଛି। ୧୪ ଲକ୍ଷ ଟଙ୍କାର କିଷାନ ବିକାଶ ପତ୍ର କିଣାଯାଇଛି। ୨୧ ଲକ୍ଷ ୭୫ ହଜାର ୪୭୦ ଟଙ୍କା ନଗଦ ରହିଥିବା ବେଳେ ୬୦୨ ଗ୍ରାମର ସୁନା ମଧ୍ୟ ଜବତ କରାଯାଇଛି। ଲଗାତାର ଭିଜିଲାନସ ପକ୍ଷରୁ ଚଢାଉ ଜାରି ରହିଛି। ଆଜି ତୃତୀୟ ଦିନରେ ଏତେ ଟଙ୍କା ବାହାରିଥିବା ବେଳେ ଆଗକୁ ମଧ୍ୟ ଶ୍ରୀ ଦାସଙ୍କର ଅଧିକା ଗୁମର ଖୋଲିବ ବୋଲି କୁହାଯାଇଛି।

Leave A Reply

Your email address will not be published.