mobile header

ସୋଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତାଙ୍କୁ ଟାଇମ୍ସ ଏଜୁକେସନିଷ୍ଟ ଆୱାର୍ଡ

ଭୁବନେଶ୍ୱର ୨୯/୦୫: ସୋଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତାଙ୍କୁ ଟାଇମ୍ସ ଏଜୁକେଶନିଷ୍ଟ ଆୱାର୍ଡ । ଭୁବନେଶ୍ୱରର ଡ଼ୁମଡ଼ୁମାରେ ଆୟୋଜିତ ଟାଇମ୍ସ ବିଜନେସ ଆୱାର୍ଡ କାର୍ଯ୍ୟକ୍ରମରେ ବଲିଉଡ ତାରକା ସୋନୁ ସୁଡ଼ ଟାଇମ୍ସ ଏଜୁକେଶନିଷ୍ଟ ଆୱାର୍ଡ ପ୍ରଦାନ କରିଛନ୍ତି । ବଲିଉଡ ତାରକା ସୋନୁ ସୁଦ୍ ସୋଆର ପ୍ରତିଷ୍ଠାତାଙ୍କ ତରଫରୁ ପ୍ରୋ ଭାଇସ ଚାନସେଲର ପ୍ରଦୀପ୍ତ କୁମାର ନନ୍ଦ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଉଚ୍ଚଶିକ୍ଷା ଓ ବୃତ୍ତିଗତ ଶିକ୍ଷକ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସୋଆ ବିଶ୍ୱବିଦ୍ୟାଳୟକୁ ଏହି ଟାଇମ୍ସ ଏଜୁକେସନିଷ୍ଟ ଆୱାର୍ଡ ମିଳିଛି । ଏହି ୪୩ଟି କ୍ୟାଟଗୋରୀରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ବିଜନେସ ଆୱାର୍ଡରେ କରୋନା ସମୟରେ କେନ୍ଦ୍ରାପଡ଼ାର ୭୦ରୁ ଅଧିକ ଛୁଆଙ୍କୁ ଓଡିଶା ଆଣିବାରେ ସହାୟତା କରିଥିଲି ବୋଲି ସୋନୁ ସୁଦ୍ କହିଛନ୍ତି ।

ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଦେଇଥିଲେ ବୋଲି କହିଛନ୍ତି ଏବଂ ଓଡ଼ିଶା ମତେ ବହୁତ ଭଲ ଲାଗେ ଓଡ଼ିଶାର ଲୋକ ମାନେ ବହୁତ ଭଲ ବୋଲି କହିଛନ୍ତି ସୋନୁ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅର୍ଥ ବିଭାଗ ସଚିବ, ରାଜ୍ୟ ଆଇଟି ସଚିବ ସହିତ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ ଆର୍ଷେଲର ମିତଲ ନିପନ ଷ୍ଟିଲ ଇଣ୍ଡିଆର ଓଡିଶା ପ୍ରକଳ୍ପ କାର୍ଯ୍ୟନିର୍ବାହୀ ନିର୍ଦେଶକ ।

Leave A Reply

Your email address will not be published.