ବ୍ୟକ୍ତିଗତ ଜମିରେ ରାସ୍ତା ହୋଇଥିବା ଅଭିଯୋଗ , ତଦନ୍ତ ପାଇଁ ପହଞ୍ଚିଲେ ଅଧିକାରୀ


ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡଭେଲି ପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କର୍ମିଗୁଠ ଗ୍ରାମକୁ ଯାଇଥିବା ରାସ୍ତାଟି ଜଣେ ବ୍ୟକ୍ତିଙ୍କ ଜମି ଆଂଶିକ ଯାଉଥିବା ନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା | ଅଭିଯୋଗ ପାଇବା ପରେ କଣ୍ଟାମାଳ ଅତିରିକ୍ତ ତହସିଲଦାର ଗୋବର୍ଦ୍ଧନ ସାହୁ , ବିଡ଼ିଓ କଳାକୃଷ୍ଣ ପ୍ରଧାନ, ସହକାରୀ ଯନ୍ତ୍ରୀ ମହନ୍ତ,କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀ , ମନମୁଣ୍ଡା ରାଜସ୍ବ ନୀରିକ୍ଷକ ପ୍ରମୁଖ ପହଞ୍ଚି ପୋଲିସ ଉପସ୍ଥିତିରେ ମାପ କାର୍ଯ୍ୟ ହୋଇଥିଲା | ଅଭିଯୋଗକାରୀ ଶିବରାତ୍ର କର୍ମୀଙ୍କ ଜମିରେ କୌଣସି ରାସ୍ତା କାମ ହୋଇ ନ ଥିବା ଜଣା ପଡିଛି |

Leave A Reply

Your email address will not be published.