mobile header

ସାହୁ କାର ଙ୍କ ଶେ।ଷଣ ର ଶୀକାର
ଶାଳ ମଞ୍ଜି ସଂଗ୍ରହକାରୀ
ଫୁଲବାଣି- (ସୁନୀଲ ପଟନାୟକ)

ଏବେ ଗାଁ ଗହଳ ର ଆଦିବାସୀମାନେ ଶାଳ ମଞ୍ଜି ସଂଗ୍ରହ କରି ବାରେ ଲାଗିପଡିଛନ୍ତି l କି ପିଲା କି ବୁଢା ସମସ୍ତେ ଲକ୍ ଡାଉନ ଯୋଗୁଁ ଘରେ ରହିଥିବା ଯୋଗୁ ଶାଳ ମଞ୍ଜି ସଂଗ୍ରହ କରି ଦିପଇସା ଯେପରି ମିଳିବ ସେଥିପାଇଁ ସମସ୍ତେ ଶାଳ ମଞ୍ଜି ସଂଗ୍ରହ କଲେ । ହେଲେ ଉପଯୁକ୍ତ ପାରିଶ୍ରମିକ ପାଉ ନ ଥିବା କହିଛନ୍ତି ।
ସାହୁକାର ମାନଙ୍କ ଶେଷଣ ର ଶିକାର ହେଉଥିବା ଅଭିଯୋଗ କରି ଛନ୍ତି ସଂଗ୍ରହକାରୀ । କିଲେ। ପିଛ। ୨୦ରୁ ୨୫ ଟଙ୍କା ଦରରେ ଶେଷରେ ବିକ୍ରିକରୁଛନ୍ତି ।

କନ୍ଧମାଳ ଜିଲ୍ଲାରେ ମୋଟ ଜଙ୍ଗଲର ଶତକଡା ୭୦ ଭାଗ କେବଳ ଶାଳ ଜଙ୍ଗଲ ରହିଛି ।ଖର।ଦିନରେ ଶାଳଗଛ ରେ ଫୁଲ ଓ ମଞ୍ଜି ଆସିଥାଏ।ଶାଳ ଗଛର ମଞ୍ଜି ଶୁଖିବା ପରେ ପଵନରେ ଆପେଆପେ ଝଡି ତଳେ ପଡିଥାଏ । ସେଗୁଡିକୁ ଆଦିବାସୀ ମହିଳା ପୁରୁଷ ସମସ୍ତେ
ମଞ୍ଜି ସଂଗ୍ରହ କରିଥାନ୍ତି ।
କନ୍ଧମାଳ ଜିଲ୍ଲା ର ହଜାର ହଜାର ମେଟ୍ରିକ ଟନ ଶାଳ ମଞ୍ଜି ସଂଗୃହିତ ହୋଇ ଥାଏ । ପ୍ରତିବର୍ଷ କନ୍ଧମାଳ ଜିଲ୍ଲାର ଆଦିବାସୀ ଲୋକମାନେ ଏହି ଶାଳ ମଞ୍ଜି ସଂଗ୍ରହ କରିବାପରେ
ବିକ୍ରିକରି ବେଶ ଦି ପଇସା ରୋଜଗାର କରିଥାନ୍ତି । ତେବେ ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ଏବେ ସରକାର ଲକଡ଼ାଉନ ଜାରୀ କରିଛନ୍ତି ।
ଗାଡି ମଟର ମଧ୍ୟ ବନ୍ଦ ରହିଛି ।
ସାହୁକାରମାନେ ବାହାରୁ ଆସି ଶାଳ ମଞ୍ଜି କିଣି ନେଇ ପାରୁନାହ।ନ୍ତି। କେବଳ ସ୍ଥାନୀୟ ବ୍ୟବସାୟୀମାନେ ମାନେ ଶାଳ ମଞ୍ଜି କିଣୁଛନ୍ତି।
ଚଳିତବର୍ଷ ଦର କମ ରହିଛି । ଶାଳ ମଞ୍ଜିର ସାବୁନ ଓ ତେଲ ଆଦି ପ୍ରସ୍ତତ ହୋଇଥାଏ ।
ତେବେ ଉପ ଯୁକ୍ତ ମୂଲ୍ୟ ମି ଳୁ ନି ଆଦିବାସୀଙ୍କୁ। । ଚଳିତ ବର୍ଷ କରେ ନା ର ଦ୍ଵିତୀ ୟ ଲହର ଯୋଗୁଁ ଗତ ମେ ମାସ ରୁ ଲକ ଡାଉନ ଯୋଗୁ ଘରେ ଅଛନ୍ତି ଲୋକେ ।
କାମ ଧନ୍ଦା ନାହିଁ, ରୋଜଗାର ବି ଏତେ ନାହିଁ।
ଫଳରେ ଏହି ମଞ୍ଜି ସଂଗ୍ରହ କରି ବିକ୍ରି କଲେ ଦି ପଇସା ଭଲ ଲାଭ ହେବ ବୋଲି ଭାବିଥିଲେ ହେଲେ ଦର ବହୁତ କମ ରହିଛି। ତଥାପି ପରିବାର ଚଳାଇବା ପାଇଁ ଟଙ୍କାର ଆବଶ୍ୟକ ଥିବାରୁ ସେମାନେ ଦର କମ ଥିଲେ ମଧ୍ୟ ବିକ୍ରି କରୁଥିବା କହିଛନ୍ତି । ତେବେ ସରକାର ଶାଳ ମଞ୍ଜିର ଦରବୃଦ୍ଧି କଲେ ଆଦିବାସୀମାନେ ଉପକୃତ ହୋଇପାରନ୍ତେ।
ସେ ଯାହା ହେଉନା କାହିଁକି ଲକ ଡ଼ାଉନ ସମୟରେ ଶାଳ ମଞ୍ଜି ନିଶ୍ଚିତ ଭାବେ କନ୍ଧମାଳ ଜିଲ୍ଲାର ଆଦିବାସୀମାନଙ୍କୁ ରୋଜଗାର ଦେବାରେ ସହାୟକ ହୋଇଛି।

Leave A Reply

Your email address will not be published.