mobile header

ଟାଇମ୍ସ ଇଞ୍ଜିନିୟରିଂ ସର୍ଭେ: ଦେଶରେ ୫ମ ସ୍ଥାନରେ ଆଇଟିଇଆର

ଭୁବନେଶ୍ୱର, ୧୪/୦୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ
ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଟାଇମ୍ସ ଇଞ୍ଜିନିୟରିଂ
ର‌୍ୟାଙ୍କିଙ୍ଗ୍ ସର୍ଭେ ୨୦୨୨ରେ ଦେଶର ଶ୍ରେଷ୍ଠ ୫ଟି ଇଞ୍ଜିନିୟରିଂ କଲେଜ ମଧ୍ୟରେ ସ୍ଥାନ ହାସଲ କରିଛି ।
ଦେଶବ୍ୟାପୀ ୧୭୦ଟି ଶିକ୍ଷାନୁଷ୍ଠାନକୁ ନେଇ କରାଯାଇଥିବା ଏହି ସର୍ଭେରେ ଆଇଟିଇଆର୍ ୫ମ ସ୍ଥାନ
ହାସଲ କରିଥିବା ବେଳେ ୧୨୫ଟି ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକର ଅନ୍ୟ ଏକ ତାଲିକାରେ ଦ୍ୱିତୀୟ
ସ୍ଥାନ ଓ ପୂର୍ବାଂଚଳରେ ଏକ ନମ୍ବର ସ୍ଥାନ ହାସଲ କରିଛି ।
ଗବେଷଣା ଦକ୍ଷତାକୁ ନେଇ ଶ୍ରେଷ୍ଠ ୩୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଆଇଟିଇଆର୍ ୫ମ ସ୍ଥାନରେ ରହିଥିବା
ବେଳେ ପ୍ଲେସ୍‌ମେଂଟ କ୍ଷେତ୍ରରେ ଶ୍ରେଷ୍ଠ ୭୦ଟି ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ ୧୦ମ ସ୍ଥାନରେ ରହିଛି ।
ଟାଇମ୍‌ସ ଅଫ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା “ଦ ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍‌ସ
ର‌୍ୟାଙ୍କିଙ୍ଗ ସର୍ଭେ ୨୦୨୨” ମୁଖ୍ୟତଃ ୩ ଟି ମାପଦଣ୍ଡ ଯଥା: ଡେସ୍କ ରିସର୍ଚ୍ଚ, ଅବଧାରଣାତ୍ମକ ଓ ବାସ୍ତବ
ଅନୁସନ୍ଧାନକୁ ନେଇ କରାଯାଇଥିଲା ।
ଏହି ସର୍ଭେରେ ଭିତିଭୂମୀ, ଫ୍ୟାକଲ୍ଟି, ପାଠ୍ୟକ୍ରମ, ଶିଳ୍ପଜଗତ ସହ ସମ୍ପର୍କ, ନିଯୁକ୍ତି ଇତ୍ୟାଦିକୁ ମଧ୍ୟ ଗୁରୁତ୍ୱ
ଦିଆଯାଇଥିଲା ।
୧୯୯୬-୯୭ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଆଇଟିଇଆର୍ ମୁଖ୍ୟତଃ ଗୁଣାତ୍ମକ ଶିକ୍ଷା ପ୍ରଦାନ,
ଗବେଷଣା ଉପରେ ଗୁରୁତ୍ୱ, ନିଯୁକ୍ତି କ୍ଷେତ୍ରରେ ଅଧିକ ମନୋନିବେଶ ଓ କୌଶଳ ବିକାଶ କ୍ଷେତ୍ରକୁ ନେଇ ବେଶ
ପରିଚିତ । ବୈଷୟିକ ଶିକ୍ଷା କ୍ଷେତ୍ରରେ ବିଶ୍ୱର ସ୧ାନଜନକ ସ୍ୱୀକୃତି ପ୍ରଦାନକାରୀ ଅନୁଷ୍ଠାନ ୟୁଏସ୍‌ଏର
ଆକ୍ରିଡିଟେସନ୍ ବୋର୍ଡ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌) ଦ୍ୱାରା ଆଇଟିଇଆର ଇଞ୍ଜିନିୟରିଂ
ପ୍ରୋଗ୍ରାମଗୁଡ଼ିକ ସ୍ୱୀକୃତି ଲାଭ କରିଛି ।

Leave A Reply

Your email address will not be published.