“ନିରୋଜ” ପାଇଲେ “ସେବା ରତ୍ନ ସମ୍ମାନ 2022”

ଓଡ଼ିଶା ର ଅଗ୍ରଣୀ ସେବା ଅନୁଷ୍ଠାନ ଜୟ ମା ଭବାନୀ ଚେରିଟେବୁଲ୍ ଟ୍ରଷ୍ଟ (ଭୁବନେଶ୍ୱର) ପକ୍ଷରୁ ଭୁବନେଶ୍ୱର ସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ଗବେଷଣା କେନ୍ଦ୍ର ଠାରେ ତାର *ପଞ୍ଚମ ବାର୍ଷିକ ରାଜ୍ୟ ସ୍ତରୀୟ ଉତ୍ସବ ଓ “ସେବା ରତ୍ନ ସମ୍ମାନ 2022″* ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ଓଡ଼ିଶା ର ଗଣପର୍ବ ରଜ ସଂକ୍ରାନ୍ତି ପାଳନ ସହିତ ନାଚ, ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉତ୍ସବ ମୁଖରିତ ହୋଇଥିଲା ପୁରା ପରିବେଶ। ସମସ୍ତେ ରଜ ପିଠା ସହିତ ରଜ ପାନ ର ମଜା ନେଇ ଓଡ଼ିଶା ର ସଂସ୍କୃତି ଓ ପରମ୍ପରା ବିଷୟ ରେ ଆଲୋଚନା କରିଥିଲେ।ତେବେ ଏହି ଉତ୍ସବ ରେ ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ସମାଜ ପାଇଁ କାମ କରୁଥିବା ସମାଜସେବୀ ମାନଙ୍କୁ ଚୟନ କରାଯାଇ *”ସେବା ରତ୍ନ ସମ୍ମାନ ୨୦୨୨”* ରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବାରିପଦା ର ବିଶିଷ୍ଟ ସମାଜସେବୀ ତଥା ରକ୍ତଦାତା ଡ଼ ନିରୋଜ କୁମାର ପୋଥାଳ ଙ୍କୁ ଚୟନ କରାଯାଇ ଏ ବର୍ଷ ର ଶ୍ରେଷ୍ଠ ସେବା ସମ୍ମାନ *”ସେବା ରତ୍ନ ସମ୍ମାନ ୨୦୨୨”* ରେ ସମ୍ମାନିତ କରାଯାଇଛି।ତେବେ ଏହି ସମ୍ମାନ ପାଇବା ପରେ ଡ଼ ନୀରୋଜ ଅନୁଷ୍ଠାନ ର ପ୍ରତିଷ୍ଠାତା ଡ଼ ନାରାୟଣ ମହାପାତ୍ର ଓ ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।ଏବଂ ଆଗକୁ ଏହି ସମ୍ମାନ ତାଙ୍କୁ ଆହୁରି ସମାଜ କ୍ଷେତ୍ର ରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଜଗାଇବ ବୋଲି ସେ ନିଜସ୍ୱ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.