ମୟୂରଭଞ୍ଜ ଛଉ ନୃତ୍ୟ ପାଠ୍ୟ ଖସଡା ପ୍ରସ୍ତୁତି କର୍ମଶାଳା ଉଦ୍‌ଘାଟନ।

ମୟୂରଭଞ୍ଜ ପ୍ରତିଷ୍ଠାନ ବାରିପଦା ତଥା ଜିଲ୍ଲା ପ୍ରଶାସନ ମୟୂରଭଞ୍ଜ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ତଥା ସଂଗ୍ରହାଳୟ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି ଙ୍କ ପୌରହିତ୍ୟରେ ମୟୂରଭଞ୍ଜ ଛଉନୃତ୍ୟ ତାଲିମ କେନ୍ଦ୍ର ପ୍ରତିଷ୍ଠା ନେଇ ଏକ ବର୍ଷିଆ ଛଉନୃତ୍ୟ ଓ ବାଦ୍ୟର ପାଠ୍ୟ ଖସଡା ପ୍ରସ୍ତୁତି ନିମନ୍ତେ ଏକ ପାଞ୍ଚ ଦିନିଆ କର୍ମଶାଳାର ଉଦ୍‌ଘାଟନ ହୋଇଯାଇଛି।ଉକ୍ତ କର୍ମଶାଳାରେ ବହୁ ପୁରାତନ ବର୍ଷିଆନ ଛଉନୃତ୍ୟ ଗୁରୁ ଶ୍ରୀ ଶିବ ପ୍ରସାଦ ଦାସଙ୍କ ସହିତ ଉତ୍ତରସାହି ଓ ଦକ୍ଷିଣସାହି ବାରିପଦା ଗୁରୁ,ଉସ୍ତାଦ ବାଦ୍ୟଗୁରୁ, ବାଦ୍ୟକାର, କଳାକାରଙ୍କ ସହିତ କର୍ମକର୍ତ୍ତାବୃନ୍ଦ ତତ୍‌ସହିତ ମୟୂରଭଞ୍ଜ ଜିଲ୍ଲାର ଗ୍ରାମୀଣ ଚିତ୍ରଡା ଓ ରାଇରଙ୍ଗପୁର ସବ୍‌ଡିଭିଜନରୁ ବହୁ ପୁରାତନ କଳାକାର, ଗୁରୁ, ବାଦ୍ୟକାର ତଥା କର୍ମର୍କାବୃନ୍ଦ ଉପସ୍ଥିତ ରହି ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଯାହାକି ଆଗାମୀ ୨୫.୦୬.୨୦୨୨ ରିଖ ପର୍ଯ୍ୟନ୍ତ ଚାଲିବ । ଉକ୍ତ କର୍ମଶାଳା ମାଧ୍ୟମରେ ଏକ ବର୍ଷ ସମୟ ଅବଧି ମଧ୍ୟରେ ନୂତନ ନୃତ୍ୟ ଓ ବାଦ୍ୟ ଶିକ୍ଷାବିତମାନେ କେଉଁଭଳି ପାଠ୍ୟ ଖସଡା ଅନୁଯାୟୀ ଶିକ୍ଷାଲାଭ କରିବେ ତା ଉପରେ ଗଭୀର ଆଲୋକପାତ କରି ବହୁ ପୁରାତନ ଗୁରୁ, ଉସ୍ତାଦ ଓ ଆଗଧାଡିର କଳାକାରମାନଙ୍କ ମତାମତ, ଆଲୋଚନା, ପର୍ଯ୍ୟାଲୋଚନା କରାଯାଇ ତାହାକୁ ବାସ୍ତବିକ କ୍ରୀୟାତ୍ମକ ଚକ୍ରରେ ଉପସ୍ଥାପନା କରାଯାଇ ଲିପିବଦ୍ଧ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଅଛି ଏବଂ ଉକ୍ତ ପାଠ୍ୟଖସଡା ଅନୁଯାୟୀ ଶିକ୍ଷାବିତ୍‌ମାନେ ଶିକ୍ଷାଲାଭ କରିବେ ଏବଂ ଉକ୍ତ ପାଠ୍ୟଖସଡା ସର୍ବସମ୍ମତି କ୍ରମେ ପ୍ରସ୍ତୁତ ହେବାପରେ ଜିଲ୍ଲା ପ୍ରଶାସନ ତଥା ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ଜରିଆରେ ରାଜ୍ୟ ସଂସ୍କୃତି ବିଭାଗ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୂବନେଶ୍ୱରଙ୍କୁ ପ୍ରେରଣ କରାଯିବା ସହ ତାଲିମ କେନ୍ଦ୍ରର ଶୁଭାରମ୍ଭ ହେବ । ଉକ୍ତ କର୍ମଶାଳା ପ୍ରତ୍ୟେକ ଦିନ ଦିବା ୯.୩୦ ଘଟିକାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ତା. ୨୫.୦୬.୨୦୨୨ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଅନନ୍ତ ପ୍ରସାଦ ସେଠୀ ସୂଚନା ଦେବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.