ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ଓ ଉଦ୍ୟୋଗୀ ଭିତ୍ତିକ ଋଣ ବଣ୍ଟନ ଶିବିର

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ଠାରେ ମଙ୍ଗଳବାର ଦିନ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତା ବଣ୍ଟନ ଓ ଉଦ୍ୟୋଗୀ ଭିତ୍ତିକ ଋଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବରେ ଜି-ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ଚାର୍ଲେସ ନାୟକ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ସିମନବାଡ଼ି ସମିତିସଭ୍ୟ ସାଧୁ ନାୟକ ପ୍ରମୁଖ ଉପସ୍ଥିତ ରହି ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ନୂତନ ଭାବରେ ସାମିଲ ହୋଇଥିବା ୧୧୬ ଜଣଙ୍କ ମଧ୍ୟରୁ ମଧୁବାବୁ ପେନସନ ଯୋଜନାରେ ନୁତନ ଭାବେ ୧୩ ଜଣ ଭିନ୍ନକ୍ଷମ ଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ୫୨ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୪୩ ଜଣ ଙ୍କୁ ବିଧବା ଭତ୍ତା ଓ ୬ ଜଣ ଅବିବାହିତା ଏବଂ ୨ଜଣ ଙ୍କୁ ସ୍ୱାମୀ ପରିତ୍ୟକ୍ତା ମହିଳା ମିଶାଇ ମୋଟ ୧୧୬ଜଣ ନୂତନ ହିତାଧିକାରୀଙ୍କୁ ଏହି ଭତ୍ତା ବଣ୍ଟନ କରାଯାଇଛି। ଏଥିସହିତ ଜୀବିକା ମିଶନ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୪୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ମୋଟ ୨୫ ଲକ୍ଷ ଟଙ୍କା ଉଦ୍ୟୋଗୀ ଭିତ୍ତିକ ଋଣ ପାଇଁ ବଣ୍ଟନ କରାଯାଇଥିଲା l ଋଣ ବଣ୍ଟନ କାର୍ଯ୍ୟକ୍ରମ ରେ ବିଧାୟକ ସାଲୁଗା ପ୍ରଧାନ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଋଣ ବ୍ୟାଙ୍କ ଦେଉଥିବା ବେଳେ ଦାରିଙ୍ଗବାଡ଼ି ଅଞ୍ଚଳରେ ବ୍ୟାଙ୍କ ଗୁଡ଼ିକ ଋଣଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି କାରଣ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ପୂର୍ବରୁ ଋଣ ଆଣି ଋଣ ଛାଡ଼ ହେବ ବୋଲି ଭାବି ଋଣ ପରିଶୋଧ କରିନାହାନ୍ତି ତେଣୁ ବ୍ୟାଙ୍କ ଗୁଡ଼ିକ ବର୍ତ୍ତମାନ ଋଣ ଦେବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି l ତଥାପି ବର୍ତ୍ତମାନ ବ୍ୟାଙ୍କ ପ୍ରଥମ ପର୍ଯ୍ୟାୟରେ ୪୫ଟି ଗୋଷ୍ଠୀ ଙ୍କୁ ୨୫ଲକ୍ଷ ଟଙ୍କା ଋଣ ପ୍ରଦାନ କରିଛନ୍ତି l ଋଣ ପାଇଥିବା ଗୋଷ୍ଠୀ ଗୁଡ଼ିକ ସଠିକ ସମୟରେ ଋଣ କିସ୍ତି ସହିତ ସମ୍ପୂର୍ଣ୍ଣ ଋଣ ପରିଶୋଧ କରିଲେ ବ୍ୟାଙ୍କ କର୍ତ୍ତୃପକ୍ଷ ପୁନର୍ବାର ଅଧିକ ରୁ ଅଧିକ ଟଙ୍କା ଋଣ ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିବେ ତେଣୁ ପାଇଥିବା ଋଣ ଟଙ୍କା କୁ ସଠିକ ମାର୍ଗରେ ବିନିଯୋଗ କରିବାକୁ ବିଧାୟକ ପରାମର୍ଶ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ଟିକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷିତିଶ ପ୍ରିୟଦର୍ଶୀ ସାହୁ ପରିଚାଳନା କରିଥିବା ବେଳେ ବ୍ଲକ ଜୀବିକା ମିଶନ ବିପିଏମ ପିଣ୍ଟୁ ନାୟକ,ବ୍ଲକ ଟେକନିକାଲ କୋଡିନେଟର (ଏଣ୍ଟରପ୍ରାଇଜ ପ୍ରମୋସନ)ଆଶିଷ କୁମାର ନାୟକ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ରେ ବିଭିନ୍ନ ଗ୍ରାମର ସରପଞ୍ଚ ସମିତି ସଭ୍ୟ/ସଭ୍ୟା ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ଓ ଜୀବିକା ମିଶନର ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ l

Leave A Reply

Your email address will not be published.