mobile header

ସାଂସଦଙ୍କ ଦାବିପୁରଣ ପ୍ରତିଶୃତି

ମାଲକାନଗିରି: ୨୨/୦୬/୨୨ ମାଲକାନଗିରି ପୋୖର ପରିଷଦ ୱାର୍ଡ ନମ୍ବର ୩ ବାସୀ ଦୀର୍ଘ ଦିନ ଧରି ବିଭିନ୍ନ ମୌଳିକ ସମସ୍ୟା ଓ ସ୍ଥାୟୀ ଘର ବାରି ପଟ୍ଟା ନିମନ୍ତେ ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଧାରଣ ସ୍ଥଳରେ ପହଞ୍ଚି ମାଲକାନଗିରି ପୋୖର ପରିଷଦ ୩ ୱାର୍ଡ ବାସୀଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରି ସେମାନଙ୍କ ସମସ୍ତ ଦାବି ଯଥା ଶୀଘ୍ର କିଭଳି ପୁରଣ ହେବ ପ୍ରତିଶୃତି ଦେଇଛନ୍ତି । ଉକ୍ତ ଧାରଣା ସ୍ଥଳରେ ସାଂସଦ ଙ୍କ ସହ ମାଲକାନଗିରି ପୋୖର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ,ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.