ବାରିପଦାରେ ପ୍ରଧାନ ଶିକ୍ଷକ ସମ୍ମିଳନୀ।ଜିଲ୍ଲାକୁ ଏଜୁକେଶନ ହବରେ ପରିଣତ କରିବା ପାଇଁ ଗଣ ଶିକ୍ଷାମନ୍ତ୍ରୀଙ୍କ ଆହ୍ୱାନ।

ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ମୁର୍ଗାବାଡି ଠାରେ ଥିବା ପ୍ରୟାସ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ପୌରହିତ୍ୟରେ ଜିଲ୍ଲାସ୍ତରୀୟ ମାଧ୍ୟମିକ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ଓଡିଶା ସରକାରଙ୍କର ବିଦ୍ୟାଳୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ ଅନ୍ୟତମ ଅତିଥ୍ ଭାବେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ରାଜ୍ୟସଭା ସାଂସଦ ମମତା ମହାନ୍ତ ମଂଚାସୀନ ଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ମୋରଡା ବିଧାୟକ ରାଜକିଶୋର ଦାସ, ଉଦଳା ବିଧାୟକ ଭାସ୍କର ମଢେଇ, ବଡସାହି ବିଧାୟକ ସନାତନ ବିଜୁଳି, ଉଚ୍ଚ ଶିକ୍ଷା ଉପନିର୍ଦେଶକ ଭାଗୀରଥୀ କାଣ୍ଡି ଓ ଜିଲ୍ଲା ଶିକ୍ଷା ଅଧିକାରୀ ନବ କିଶୋର ଗିରି ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷା କ୍ଷେତ୍ରରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ଭୂମିକାକୁ ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ମୟୂରଭଂଜ ଜିଲ୍ଲାକୁ ରାଜ୍ୟରେ ଏକ ଏଜୁକେଶନ ହବରେ ପରିଣତ କରିବା ପାଇଁ ଗଣ ଶିକ୍ଷାମନ୍ତ୍ରୀ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟ ଗୁଡିକରେ ଶିକ୍ଷକଙ୍କର ଅଭାବ ପୂରଣ ନିମନ୍ତେ ଖୁବ ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦେବା ସହିତ ରାଜ୍ୟରେ ବର୍ତମାନ ଫାଇଭ-ଟି ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲର ବ୍ୟବସ୍ଥା କରାଯିବା କଥା ଉପସ୍ଥାପନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ଉପସ୍ଥାପିତ ହୋଇଥବା ପ୍ରାଥମିକ ସ୍ତରରେ ସିଂଗେଲ ଟିଚର ପୂରଣ, ବିଭିନ୍ନ ବ୍ଲକରେ ବିଇଓ ଓ କର୍ମଚାରୀଙ୍କର ଅଭାବ ଖୁବ ଶୀଘ୍ର ପୂରଣ କରାଯିବ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ । ଏତଦଦ ଭିନ୍ନ ଅନୁକମ୍ପା ମୂଳକ ନିଯୁକ୍ତି ଏବଂ ଠିକ ସମୟରେ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ପେନସନ ପ୍ରଦାନ ପାଇଁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । କୋରନା ସମୟରେ ଛାତ୍ର ଛାତ୍ରୀଙ୍କର ପାଠ ପଢାରେ କ୍ଷତି ଘଟିଥିବାରୁ ତାର ଭରଣା ନିମନ୍ତେ ସରକାରଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଲାର୍ନିଂ ରିକଭରି ପ୍ରୋଗ୍ରାମ ଓ ଏଥି ନିମନ୍ତେ ବିଭିନ୍ନ ସମ୍ବଳ ଶିକ୍ଷକଙ୍କ ଜରିଆରେ ତାଲିମ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଥିଲେ । ପରିଶେଷରେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କିପରି ଛାତ୍ର ଓ ଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରି ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆଣିପାରିବେ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଉକ୍ତ ସମ୍ମିଲ୍ଲନୀରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ପ୍ରଶାନ୍ତ ମହାନ୍ତି, ଦୀପ୍ତି ନାୟକ ପରିଚାଳନା କରିଥିଲା ବେଳେ ସମସ୍ତ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟ ।ଳୟର ସଂଯୋଜକ ସପନ କୁମାର ପୃଷ୍ଟି, ନିରଂଜନ ନାୟକ, ଶୈଳବାଳା ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଶିକ୍ଷକ ହରେନ୍ଦ୍ର ମହାନ୍ତି ମଂଚ ପରିଚାଳନା କରିଥିଲା ବେଳେ ଶିକ୍ଷକ ସ୍ମୃତି ରଂଜନ ପାଣି, ସତ୍ୟ ନାରାୟଣ ନାୟକ ସହଯୋଗ କରିଥିଲେ ।

Leave A Reply

Your email address will not be published.