ଢମଣା ଦୁର୍ଗାପୂଜା ମଣ୍ଡପ ଓ ଗୋପିନାଥ କ୍ଲବ ଭଙ୍ଗାକୁ ନେଇ ଉତ୍ତେଜନା, ବିଧାୟକଙ୍କ ପ୍ରତିଶୃତି ପରେ ଧାରଣାରୁ ହଟିଲେ ଗ୍ରାମବାସୀ

ଭୁବନେଶ୍ୱରର ସର୍ବ ପୂରାତନ ଢମଣା ଗାଁ ର ଏକମାତ୍ର ଖେଳପଡିଆ, ଦୁର୍ଗାପୂଜା ମଣ୍ଡପ, ଗୋପିନାଥ କ୍ଲବକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ଗତକାଲି ପ୍ରଚାର କରାଯାଇଥିଲା। ଆଜି ସକାଳୁ ଶହଶହ ସ°ଖ୍ୟାରେ ଗାଁର ପୁରୁଷ, ମହିଳା ଓ ଯୁବକ ଏକତ୍ରିତ ହୋଇ ବିରୋଧ କରିବା ସହିତ ଧାରଣାରେ ବସିଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ନେଇ ଗାଁର ଲୋକମାନେ କହିଛନ୍ତି ଆମ ଗ୍ରାମରେ ୩୫୦ ଘର ରହିଛି। ରାଜାରାଜୁଡ଼ା ସମୟରୁ ଆମ ପିଲାମାନେ ଏହି ପଡ଼ିଆରେ ଖେଳି ଆସୁଛନ୍ତି। ଗାଁ ର ବିବାହ, ବ୍ରତ, ବିଭିନ୍ନ ପର୍ବପର୍ବାଣୀ, ଦୋଳ ମେଳଣ, ଯାନିଯାତ୍ରା ଓ ବିଶେଷ କରି ଚନ୍ଦ୍ରଶେଖରପୁର ଅଞ୍ଚଳର ସବୁଠାରୁ ବଡ଼ ଦୁର୍ଗାପୂଜା ଏଠାରେ ହୋଇଥିଏ। ଗାଁ ର ସମସ୍ତ ଲୋକ ଏହା ଉପରେ ନିର୍ଭରଶୀଳ। ସରକାରଙ୍କ ବିଡ଼ିଏ,ହାଉସି°ବୋର୍ଡ ସ°ସ୍ଥା ଯେଉଁ ଠାରେ ଘରକରି ବିକୁଛନ୍ତି ସେଠାରେ ଖେଳ ପଡିଆ,ପାର୍କ, ସ୍କୁଲ, ବିବାହ ବ୍ରତ ପାଇଁ ଖୋଲା ସ୍ଥାନ ଯୋଗାଇ ଦେଉଛନ୍ତି। ଅଥଚ ଆମ ଗ୍ରାମର ଗୋଚର ଜମିକୁ ବାହାର କମ୍ପାନୀକୁ ଟେକିଦେଇ ଆମକୁ ମୈ।ଳିକ ଅଧିକାରରୁ ବଞ୍ଚିତ କରୁଛନ୍ତି। ଆମେ ମରିବୁ ପଛେ ଆମ ଜାଗା ଛାଡ଼ିବୁ ନାହିଁ। ସକାଳ ଛଅଟାରୁ ଦିନ ୧ଟା ଯାଏ ଉତ୍ତେଜନା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଯୁବନେତା ମନୋଜ ସାହୁ ଉତ୍ତର ବିଧାୟକଙ୍କ ସହିତ ଯୋଗାଯୋଗ କରିଥିଲେ। ଶେଷରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ହସ୍ତକ୍ଷେପ ପରେ ଭଙ୍ଗା ନ ଯିବାର ପ୍ରତିଶୃତି ମିଳିବାରୁ ଗ୍ରାମବାସୀ ମାନେ ଧାରଣାରୁ ଉଠିଥିଲେ। ସମସ୍ତ ଗ୍ରାମବାସୀ ବିଧାୟକ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥିରେ ଗ୍ରାମ ସଭାପତି ପ୍ରେମାନନ୍ଦ ମହାକୁଡ଼, ସମ୍ପାଦକ ଉଗ୍ରସେନ କାସ୍ତା, କୋଷାଧ୍ୟକ୍ଷ ରାଜେନ୍ଦ୍ର ଭୂୟାଁ, ମହିଳା ସମିତି ସଭାନେତ୍ରୀ ସୀତା ମାହାନା , ସସ୍ମିତା ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.