ବାର୍ଷିକ ରିପୋର୍ଟ କାର୍ଡ଼ ଉପସ୍ଥାପନା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ବାର୍ଷିକ ରିପୋର୍ଟ କାର୍ଡ଼ ଉପସ୍ଥାପନା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତୃତୀୟ ବର୍ଷର ବାର୍ଷିକ କାର୍ଯ୍ୟ ବିବରଣୀ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଜନସାଧାରଣଙ୍କ ପାଇଁ ଉପସ୍ଥାପନା କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଜନ ସାଧାରଣଙ୍କ ଉନ୍ନତି, ଅଭିଯୋଗ ଶୁଣାଣି ଓ ସମାଧାନ କରିବା ଏବଂ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି ।ଜନସାଧାରଣଙ୍କ ସହ ଆଲୋଚନା କରି ସଂସଦୀୟ କ୍ଷେତ୍ରର ଉନ୍ନତି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ଅନେକ କାର୍ଯ୍ୟ କରିଥିବା ବେଳେ ଅନେକ କାର୍ଯ୍ୟ ବାକି ରହିଥିବା କହିଛନ୍ତି ଅପରାଜିତା । ଜାତୀୟ ରାଜପଥ ସମ୍ବନ୍ଧୀୟ କାର୍ଯ୍ୟାବଳୀ ବିଷୟରେ ବିବରଣୀ ଦେଇଛନ୍ତି ଅପରାଜିତା । ସେହିପରି ଭୁବନେଶ୍ୱର ୱାର୍ଡ଼ ନମ୍ବର ୪ରେ ଭୁବନେଶ୍ୱର ନଗର ନିଗମ ଓ ଜାତୀୟ ରାଜପଥ କାର୍ଯ୍ୟକର୍ତ୍ତା ମାନଙ୍କର ସହଯୋଗରେ ୧୦ ଦଶମିକ ୨୦ କୋଟି ବ୍ୟୟରେ ୬ଟି ମୁଖ୍ୟ କେନାଲ କରାଯାଇଛି । ସାଂସଦ ପାଣ୍ଠିର ଉପଯୋଗ କରି ସଂସଦୀୟ କ୍ଷେତ୍ରରେ ସଭାଗୃହ, ପୁଷ୍କରଣୀ ପୁନରୁଦ୍ଧାର, ଶ୍ମଶାନର ଉନ୍ନତିକରଣ ତଥା ପିଇବା ପାଣିର ବ୍ୟବସ୍ଥା ଭଳି ଅନେକ ଉନ୍ନତି ମୂଳକ କାର୍ଯ୍ୟର ରିପୋର୍ଟ ଦେଇଛନ୍ତି ଅପରାଜିତା ।

Leave A Reply

Your email address will not be published.