ଆଜି ତା ୦୪.୭.୦୨୦୨୨ରିଖ ଭୁବନେଶ୍ୱର କମିସନରେଟ କାର୍ଯ୍ୟାଳୟ( DCP କାର୍ଯ୍ୟାଳୟ)ଙ୍କ ପାଖରେ ନିକଟ ରେ ଘଟି ଯାଇଥିବା ଖୋର୍ଦ୍ଧା ଜିଲ୍ଲା ବାଲି ପାଟଣା ଥାନା ଅନ୍ତର୍ଗତ ସାନ ମାଛପୁର ଗ୍ରାମର ନାବାଳିକା ଲବ ଜିହାଦୀ ପ୍ରସଂଗ ରେ ରାଜ୍ୟ ଦେବସେନାର ପ୍ରତିନିଧି ଦଳ ଉଦ୍ଦବେଗ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦାଦା ଖାନ୍ କୁ ଶିଘ୍ର ଗିରଫ କରି ନାବାଳିକା କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରାଯାଇଛି। ଅତିରିକ୍ତ DCP ପ୍ରତିଶ୍ରୁତି ଦେଇଛନ୍ତି ଯେ ଶିଘ୍ର ଅଭିଯୁକ୍ତ ନାମରେ ପୋସ୍କୋ ଆକ୍ଟ ଲାଗୁ ହେବ ଏବଂ ଗିରଫ କରାଯିବ।
ଏହି କାର୍ଯ୍ୟକ୍ରମ ରେ ପ୍ରଦେଶ ଅଧ୍ୟକ୍ଷ ଘେନୁରାମ ମଙ୍ଗରାଜ, ରାଷ୍ଟ୍ରୀୟ ସଚିବ (ମହିଳା ପ୍ରକୋଷ୍ଠ)ଭ‌ଉଣୀ ସୁଭ୍ର ଜ୍ୟୋସ୍ନା ମହାନ୍ତି, ପ୍ରଦେଶ ଗୋରକ୍ଷା ପ୍ରକୋଷ୍ଠ ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ସାହୁ, ଭୁବନେଶ୍ୱର ମହାନଗର ପ୍ରଚାର ସଚିବ ଶୁଶିଲ କୁମାର ବେହେରା, ବରିଷ୍ଠ ଆଇନଜୀବି ମାନସ ରଞ୍ଜନ ମିଶ୍ର, ସତ୍ୟଜିତ ଦାସ,ନରେଶ ବାରିକ, ଶୁଶାନ୍ତ କୁମାର ମହାପାତ୍ର ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.