ସଂରକ୍ଷିତ ଆରଖି କାର୍ଯ୍ୟଳୟରେ ୭୩ ତମ ବନ ମହୋତ୍ସବ ।

ମାଲକାନଗିରି,୬।୭ : ମାଲକାନଗିରି ଜିଲ୍ଲା ସଦର ମହକୁମାର ଏମ୍ଭି ୩ ସ୍ଥିତ ନୂତନ ସଂରକ୍ଷିତ ଆରଖି କାର୍ଯ୍ୟଳୟରେ ୭୩ ତମ ବନ ମହୋତ୍ସବ ପାଳନ । ଏହି ଅବସରରେ ବନ ବିଭାଗ ପକ୍ଷରୁ ସମସ୍ତ ଆୟୋଜନ କରାଯାଇଥିବା ଏଥିରେ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ସେହି ପରି ଅନ୍ୟତମ ଅଥିତି ରୂପେ ମାଲକାନଗିରି ଏସପି ନିତେଶ ୱାଧୱାନି ଏବଂ ଜିଲ୍ଲା ବନ ଖଣ୍ଡୀୟ ଅଧିକାରୀ ପ୍ରତାପ କତ୍ତାପାଲି ଓ ବିଏସଏଫର କମଣ୍ଡେଣ୍ଟ ଯୋଗ ଦେଇଥିଲ । ଏହି ଅବସରରେ କାର୍ଯ୍ୟଳୟ ମଧ୍ୟରେ ବୃକ୍ଷ ରୋପଣ କରିବା ସହ ସମସ୍ତେ ପରିବେଶକୁ ସୁସ୍ଥ ରଖିବା ପାଇଁ ବୃକ୍ଷ ରୋପଣ ସହ ଏହାର ଯତ୍ନ ନେବାକୁ ପରାମର୍ଶ ଦିଆଯାଇଥିଲା । ଜିଲ୍ଲାରେ ଦିନକୁ ଦିନ ପରିବେଶ ପ୍ରଦୂଷଣ ହେଉଥିବାରୁ ବିଭିନ୍ନ ପ୍ରକାରର ରୋଗ, ତାପମାତ୍ରା ବୃଦ୍ଧି ଭଳି ବିଭିନ୍ନ ସମସ୍ୟା ଦେଖା ଦେଉଛି । ତେଣୁ ଏସବୁକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବୃକ୍ଷ ରୋପଣ ସହ ଜଙ୍ଗଲ ସୃଷ୍ଟି କରିବା ହିଁ ଏକମାତ୍ର ଉପାୟ ବୋଲି ଉପସ୍ଥିତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଶେଷରେ ସମସ୍ତେ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣ କରି ପରିବେଶକୁ ସୁସ୍ଥ କରିବା ପାଇଁ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଏସଏଫର ବହୁ ଅଧିକାରୀ ଓ ଯବାନଙ୍କ ସମେତ ପୋଲିସ କର୍ମୀ ଏବଂ ବୁଦ୍ଧିଜୀବି ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.