mobile header

ବସ୍‌ ଚଳାଉଥିବା ବେଳେ ଟଳିପଡ଼ିଲେ ଡ୍ରାଇଭର

ବସ୍‌ରେ ଡ୍ରାଇଭରଙ୍କ ହେଲା ହୃଦଘାତ। ଆଜି ସକାଳେ ପୁରୀ ଜିଲ୍ଲା ନାଗପୁରରୁ କଟକ ଅଭିମୁଖେ ଯାଉଥିବା ମା’ ନାମକ ଏକ ଯାତ୍ରୀବାହୀ ବସ୍‌ରେ ଘଟିଛି ଏଭଳି ଘଟଣା।

ଚନା ଅନୁସାରେ ଆଜି ଏହି ଯାତ୍ରୀବାହୀ ବସ୍‌ଟି ଗୋପ ଚାରି ଛକ ରାସ୍ତାର ଗୋପ ବଜାର ଠାରୁ ୧୦୦ ମିଟର ଦୂରକୁ ଯିବା ପରେ ହଠାତ୍‌ ତା’ର ଗତି ଧିମେଇ ଯାଇଥିଲା। ଉକ୍ତ ବସ୍‌କୁ ଚଳାଉଥିବା ଡ୍ରାଇଭର ଜଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଷ୍ଟେରିଂ ଉପରେ ଶୋଇ ପଡିଥିଲେ। ଏହା ଦେଖି କଣ୍ଡକ୍ଟର ତୁରନ୍ତ ବସ୍‌ର ବ୍ରେକ୍‌ ଲଗାଇ ଦେଇଥିଲେ। ଫଳରେ ଗାଡିରେ ଥିବା ୪୯ ଯାତ୍ରୀ ଅଳ୍ପକେ ନିଶ୍ଚିନ୍ତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।

Leave A Reply

Your email address will not be published.