ଜିଵୀକା ମିଶନ ପକ୍ଷରୁ ଉଦ୍ୟମିତା ବିକାଶ ପକ୍ଷ ପାଳିତ

ଫୁଲବାଣୀ -15/07 ଫୁଲବାଣୀ ବ୍ଲକ ପକ୍ଷରୁ ଗଞ୍ଜୁ ଗୁଡା ପଂଚାୟତ ସମ୍ମିଳନୀ କକ୍ଷ ଠାରେ ଉଦ୍ୟମତା ବିକାଶ ପକ୍ଷ ପାଳିତ ହୋଇଥିଲା lଏହି ଅବସର ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥୀ ଭାବେ ଫୁଲବାଣୀ ବିଡ଼ିଓ ଶାନ୍ତନୁ କୁମାର ନାୟକ ଯୋଗଦେଇ ଉଦ୍ୟୋଗୀ ମାନଙ୍କୁ ବ୍ୟବସାୟିକସଫଳତା ସମ୍ପର୍କରେ ବିଭିନ୍ନ ଗଠନ ମୂଳକ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲା ପ୍ରକଳ୍ପ ପରିଚାଳକ, ଜୀବିକା ମିଶନ ସନ୍ତୋଷ କୁମାର ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବାବେଳେ ବ୍ଲକ ଗୋଷ୍ଠୀ ପରିଚାଳିକା ସୁଶ୍ରୀ ସବିତା ସୁବୁଦ୍ଧି, ୟଙ୍ଗ ପ୍ରଫେସନାଲ ସୁଚରିତା ତ୍ରିପାଠୀ, ଗଞ୍ଜୁ ଗୁଡା ର ଇନ୍ଦିରା କହଁର ପ୍ରମୁଖ ଯୋଗ ଦେଇଥିଲେ l.
ବିଭିନ୍ନ ପଂଚାୟତ ରୂ ଉଦ୍ୟମି ବିକାଶ ଅର୍ଥ ରାଶି ପାଇଥିବା ବ୍ୟବସାୟୀ ଓ ଉଦ୍ୟୋଗୀ ସାଥି ଯୋଗଦେଇଥିଲେ l
ଉଦ୍ୟୋଗୀ ମାନଂକୁ ଦ୍ରବ୍ୟ ଓ ସେବାର ପଞ୍ଜିକରଣ, ବ୍ୟବସାୟ ବୀମା ଭୁକ୍ତ କରିବା, ବ୍ୟାଙ୍କ ସହ ସୁସମ୍ପର୍କ ରଖିବା, ସରକାରି ଯୋଜନାସହ ନିଜକୁ ସାମିଲ ରଖିବା,ବ୍ୟବସାୟ ବୃଦ୍ଧି ସମ୍ପର୍କରେ ମୂଖ୍ୟ ବକ୍ତା ରଥ ତାଲିମ ପ୍ରଦାନ କରିଥିଲେ l
ସୂଚନା ଯୋଗ୍ୟ ଯେ ଓଡିଶା ଜୀବିକା ମିଶନ ପକ୍ଷରୁ ବ୍ଲକ ର ୫୩ ଜଣ ଉଦ୍ୟୋଗୀ ଙ୍କୁ ୨୬ ଲକ୍ଷ ନବେ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି l ଫୁଲବାଣୀ ବ୍ଲକ ରପ୍ରକଳ୍ପ ପରିଚାଳକ ସୁଶ୍ରୀ ସବିତା ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.