ଜଙ୍ଗଲ ଜମିର ସାମାଜିକ ସୁରକ୍ଷା ଓ ପରିଚାଳନା ସମ୍ପର୍କିତ କର୍ମଶାଳା

ଚିତ୍ରକୋଣ୍ଡା:-ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ର ଶିଶୁ ଓ ମହିଳା କଲ୍ୟାଣ ସମିତି ଅନୁଷ୍ଠାନ ର ସଭାଗୃହ ଠାରେ ତିନି ଗୋଟି ପଞ୍ଚାୟତ ର ପଞ୍ଚାୟତ ପ୍ରତିନିଧି ଗ୍ରାମ ମୁଖିଆମାନଙ୍କୁ ନେଇ ପୋରୋବର୍ତ୍ତନ ଅନୁଷ୍ଠାନ ଆନୁକୂଲ୍ୟରେ ଏଯେଡବ୍ଲୁଏସ ସହାୟତାରେ ପୋରୋବର୍ତ୍ତନ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ ଶୁକ୍ଲା ଙ୍କ ଅଧକ୍ଷତାରେ ତାଲିମ ଦାତା ବିଜୟ କୁମାର ତପ ଙ୍କ ତାଲିମ ପରିଚାଳନାରେ ଏବଂ ପ୍ରକଳ୍ପର କର୍ମି ଲଷ୍ମୀ ନାୟକ, ମିନା ମାଡ଼କାମି ଓ ବିମଳା ଖିଲ ଙ୍କ ସହଯୋଗରେ ଜଙ୍ଗଲ ଜମିର ସାମାଜିକ ସୁରକ୍ଷା ଏବଂ ଗୋଷ୍ଠୀ ଜଙ୍ଗଲ ଜମି ପରିଚାଳନା ସମ୍ବଦ୍ଧରେ ତାଲିମ ପ୍ରଦାନ କରାଯାଇଥିଲା l ଉକ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲ ଜମି ର ପ୍ରକାର ଭେଦ, ପ୍ରକୁତ ଜଙ୍ଗଲ ଜମି ଚି଼ହ୍ନଟି କରଣ,ପାଇବା ପାଇଁ ହକଦାର ରାଜସ୍ବ ବିଭାଗ ଦ୍ଵାରା ଥିବା ବିଭିର୍ନ ଜମି ରୟତ, ଗୋଚର, ଗୋଷ୍ଠୀ ଜଙ୍ଗଲ ଜମି ର ସୁ ପରିଚାଳନା, ସଠିକ ବିନିଯୋଗ ନିମନ୍ତେ ଆଲୋଚନା କରି ବର୍ଷ ତମାମ ଋତୁ ଚକ୍ର ଅନୁଯାଇ ଭିର୍ଣ୍ଣ ଭିର୍ଣ୍ଣ ଚାଷ ଏବଂ ଉପକାରୀ ବୃକ୍ଷ ରୋପଣ କରି ନିଜେ ଲାଭବାନ ହେବା ସହ ଜୀବନ ଜୀବିକା ରେ ପରିବର୍ତ୍ତନ ହେବା ସହ ଲାଭବାନ ର ଉପକୃତ ହେବା ଏବଂ ତାର ଫାଇଦା ଉଠାଇବାକୁ ପରାମର୍ଶ ଦିଆଯାଇଥିଲା l

Leave A Reply

Your email address will not be published.