ରାସ୍ତାରୁ ପିଚୁ ଉଠିଲାଣି, ମରାମତି ହେଉନି, ବାୟୁ ପ୍ରଦୂଷଣ ରେ ଅତିଷ୍ଟ ସହରବାସୀ


ଫୁଲବାଣୀ 21/07
ଫୁଲବାଣୀ ପୌରପରିଷଦ ର କୃଷିବିଭାଗ ଛକ ଠାରୁ ଆରମ୍ଭ କରି ଜଗନ୍ନାଥ ମନ୍ଦିର ପଯ୍ୟନ୍ତ ରହିଥିବା ମେନରୋଡ ମଧ୍ୟରେ ବାୟୁ ପ୍ରଦୂଷଣଏବ ଚରମ ସିମାରେ ପହଞ୍ଚି ଥିବା ଲକ୍ଷ୍ୟ କରାଯାଉ ଛି ।
ପୂର୍ତ୍ତ ବିଭାଗ ରାସ୍ତା ମରାମତି ବିଳମ୍ବ କରିଵା ଫଳରେ ଲଗାଣ ବର୍ଷା ଯୋଗୁଁ ପିଚୁ ସାଙ୍ଗକୁ ଗୁଡ଼ି ମଧ୍ୟ ଉଠିଗଲାଣିl ଫଳରେ ଗତ ସପ୍ତାହେ ହେଲାଣି ବାଇକ କିମ୍ବା ଚାଲିଚାଲି ଯିବା କଷ୍ଟକର ହୋଇପଡୁଛି l
ଚଳିତ ବର୍ଷ ଠାକୁରାଣୀ ଯାତ୍ରାପାଈଁ ବଜାର କମିଟୀ ସାଜ ସଜା ପାଈଁ ଏହି ରାସ୍ତା ସବୁ ମନ ଇଚ୍ଛା ଖୋଳି ପକାଇଥିଲେ l ପରେ ମରାମତି ଠିକ ଢଙ୍ଗରେ ହୋଇନଥିଲା l ଉପର ଠାଉରିଆ ଭାବେ ନାମକୁ ମାତ୍ର କିଛି ମରାମତି କରିଥିଲା ପୂର୍ତ୍ତ ବିଭାଗ l

ପ୍ରତି ବର୍ଷ ଏହି ରୋଡ ବାର୍ଷିକ ଦୁଇ / ତିନିରୁ ଚାରିଥର ନୂତନ ଭାବେ ନିର୍ମାଣ କରାଯାଉଥିଲା ମଧ୍ୟ ,ରୋଡ ମଧ୍ୟରୁ ପିଚୁ ସହ ଗୁଡ଼ି ଉଠି ଯିବା ଫଳରେ ଗାଡିମୋଟର ଯିବାଆସିବା ବେଳେବାୟୁ ପ୍ରଦୂଷଣ ହେଉଛି ।
ଏ ନେଇ ପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ସାମନ୍ତରାୟ ଙ୍କୁ ପଚାରିବାରେ ସେ ଅତିଶୀଘ୍ର ମରାମତି କରାଯିବ ବୋଲି ସୂଚନା ଦେଇଥିଲେ l ଜିଲ୍ଲାପାଳ ଏଥିପ୍ରତି ଦ୍ରୁଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.