ସ୍କାର୍ଟ ସ୍କୁଲ କାମ ନିମ୍ନମାନର ଅଭିଯୋଗ,ପାଚେରୀ ଭୁଷୁଡ଼ିଲା

ଫୁଲ ବାଣୀ-୩୦/୦୭ ସରକାର ଛାତ୍ରଛାତ୍ରୀମାନ ଙ୍କୁ ଉନ୍ନତମାନର ଶିକ୍ଷା ଦେବାପାଇଁ କୋଟିକୋଟି ଟଙ୍କା ବ୍ୟୟରେ ସ୍କାର୍ଟ ସ୍କୁଲମାନ ନିର୍ମାଣ କରୁଛନ୍ତି ସତ ହେଲେ ଏ ସବୁର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ କେଉଁଠି ବର୍ଷା ହେଲେ ପାଣି ଚାଲୁଛି ତ ଆଉ କେଉଁଠି ପାଚେରୀ ଭୁଷୁଡି ଲାଣି।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ କୁର୍ତ୍ତମ ଗଡ଼ ପଞ୍ଚାୟତର ରାମଚନ୍ଦ୍ରଦେଓ ଉଚ୍ଚବିଦ୍ୟାଳୟରେ ।
ସୂଚନାଯୋଗ୍ୟଯେ ଗତ ଦୁଇ ଦିନର ଲଗାଣ ବର୍ଷାରେ ସ୍କାର୍ଟ ସ୍କୁଲର ପାଚେରୀ ପାଖାପାଖି ୫୦ ଫୁଟ ଭୁଷୁଡି ପଡିଛି । ସ୍କାର୍ଟ ସ୍କୁଲ ନିର୍ମାଣରେ ୪୦ ରୁ ୫୦ ଲକ୍ଷ ଟଙ୍କା ଖର୍ଚ ହେଲା।କଲରିଙ୍ଗ ର୍ବିହେଲା ତେବେ ଉଦଘାଟନର ମାସ କେଇଟାରେ ପାଚେରୀ ଭୁଷୁଡିଲା ଫଳରେ ଯନ୍ତ୍ରୀ ଓ ଠିକାଦାରଙ୍କ ଦୁର୍ନିତୀ ପୂର୍ଣ୍ଣ ମନୋଭାବକୁ ଅଭିଭାବକ ଗ୍ରାମବାସୀ ଦୀୟୀ କରିଛନ୍ତି। ସେହିପରି ବିଦ୍ୟାଳୟରେ କମ୍ପ୍ୟୁଟର ଶ୍ରେଣୀରେ କମ୍ପ୍ୟୁଟର ଅଛି କନେକସନ ନାହିଁ। ପିଲାଏ ପଢିବେ କଣ? ଅଭିଯୋଗ କଲେ ଶୁଣି ବାକୁ କିଏ ନାହିଁ।କଂପ୍ଯୁଟର ଯୋଗାଇ ପାର୍ଟି ପଇସା ନେଇ ପଳାଇଲାଣି।ଲାଇବ୍ରେରୀ ଅଛି ଖୋଲା ଯାଉନି । ଏହି ବିଦ୍ୟାଳୟରେ ପାଖାପାଖି ୯ମ ୧୦ମ ରେ ୨ ଶହ ଛାତ୍ରଛାତ୍ରୀ ପୀଠ ପଢ଼ୁଛନ୍ତି। କେବଳ ଏହି ଗୋଟିଏ ସ୍କୁଲ ନୁହେଁ ଅନେକ ସ୍କୁଲ ଅବ୍ୟବସ୍ଥା ରେ ଚାଲିଛି । କଂପ୍ୟୁଟର ଲାଇବ୍ରେରୀ, ଇକ୍ଳାସ ରୁମ ଖୋଲୁନି। ଚାର୍ଜରେ ଥିବା ଶିକ୍ଷକଶିକ୍ଷୟତ୍ରୀଙ୍କ ମନମୁଖି କାରବାର ଦାୟୀତ୍ଵହୀନତା । ଅନଭିଜ୍ଞତା ସାମନାକୁ ଆସୁଛି । ସ୍ମାର୍ଟ ସ୍କୁଲର ନିୟମିତ ଯାଞ୍ଚ ହେଉନି ଫଳରେ ଶିକ୍ଷାର ମାନବୃର୍ଦ୍ଧି ହେଉନି। ରାଜ୍ୟ ସରକାରଙ୍କ ୫ଟି ଅଧିନ ସ୍ମାର୍ଟ ସ୍କୁଲର ଏଭଳି ଅବସ୍ଥା ତେବେ ଅନ୍ୟ ସ୍କୁଲ ଅବସ୍ଥାକଣଏଥିରୁ ଜଣାପହୁଛି ।ଶିକ୍ଷା ସଚିବ, ୫ଟି ସଚିବ, ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.