୮ରୁ ନବୀନ ବିରୋଧୀ ଆନ୍ଦୋଳନ ର ଶୁଭାରମ୍ଭ ବାରହା ଉପାଖ୍ୟାନ ସୁଣାଇଲେ, ଏଣିକି ଆମେ ନଚାଇବୁ: ଜୟନାରାୟଣ

ବିଜେପି ଶେଷରେ ଜୟନାରାୟଣ ମିଶ୍ରଙ୍କୁ ଏଇ ନୂଆ ଦାୟିତ୍ୱ ଦେଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଖୋଦ୍ ଜୟନାରାୟଣ ଓ ରାଜ୍ୟ ବିଜେପି ମୁଖିଆଙ୍କ ଉପସ୍ଥିତିରେ ସହପ୍ରଭାରୀ ବିଜୟ ସିଂହ ତୋମାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଜୟନାରାୟଣଙ୍କୁ ସର୍ବସମ୍ମତି କ୍ରମେ ବିରୋଧୀ ବିଧାୟକ ଦଳ ନେତା ମନୋନୀତ କରାଯାଇଛି। ନେତା ଘୋଷଣା ପରେ ପରେ ଦେଖାଦେଇଛି ଖୁସିର ମାହୋଲ୍। ଜୟନାରାୟଣଙ୍କ ନିର୍ବାଚନ ମଣ୍ଡଳୀରେ ଚାଲିଛି ସେଲିବ୍ରେସନ୍‌।

ଚାରି ଚାରିଥରର ବିଧାୟକ, ଗୃହରେ ଡେପୁଟି ଚିଫ୍ ହ୍ୱିପ୍, ବିଜେଡି-ବିଜେପି ମେଣ୍ଟ ସରକାର ସମୟର ପୂର୍ଣ୍ଣକାଳୀନ ମନ୍ତ୍ରୀ ଭାବେ ବିଧାନସଭାରେ ଜୟନାରାୟଣଙ୍କର ରହିଛି ଢେର ଅଭିଜ୍ଞତା। ଏହା ସାଙ୍ଗକୁ ବି ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜଭୁତ କରିବାର କ୍ଷମତା ରଖୁଥିବା ଏବଂ ସରକାରଙ୍କ ପ୍ରତି ସବୁ ସମୟରେ କଟ୍ଟର ବିରୋଧୀ ଆଭିମୁଖ୍ୟ ରଖୁଥିବା ନେତାଭାବେ ବି ଜୟନାରାୟଣଙ୍କ ବେଶ୍ ପରିଚିତ। ତେଣୁ ରାଷ୍ଟ୍ରପତି ନିର୍ବାଚନ ସରିବା ପରେ ବଦଳୁଥିବା ରାଜନୈତିକ ପାଣିପାଗର ସଂକେତ ସ୍ୱରୂପ ଜୟନାରାୟଣଙ୍କୁ ବିଧାନସଭାରେ ଦଳର ନେତା ଭାବେ ସାମ୍ନାକୁ ଆଣିଛି ବିଜେପି।

ଦାୟିତ୍ୱ ନେଉ ନେଉ ବି ଗୋଟିଏ ବାକ୍ୟରେ ନିଜର ଏବଂ ଦଳର ଆଭିମୁଖ୍ୟକୁ ଆହୁରି ସ୍ପଷ୍ଟ କରି ଜୟନାରାୟଣ କହିଛନ୍ତି, କଂଗ୍ରେସମୁକ୍ତ ଭାରତ ଓ ବିଜେଡି ମୁକ୍ତ ଓଡ଼ିଶା ବିଜେପିର ଲକ୍ଷ୍ୟ। ଏଥିସହ ଏହା ବି କହିଛନ୍ତି, ଦଳ ଦେଇଥିବା ଗୁରୁଦାୟିତ୍ୱକୁ ପାରୁ ପର୍ଯ୍ୟନ୍ତ ତୁଲାଇବାକୁ ଚେଷ୍ଟା କରିବି। ଗୃହରେ ଗଠନମୂଳକ ବିରୋଧୀ ଦଳ ଭାବେ ଆମେ କାମ କରିବୁ।

ଏପରିକି ଏକ ଟେଲିଭିଜନ ର ୱାନ ଟୁ ୱାନ୍ କାର୍ଯ୍ୟକ୍ରମରେ ଭାଗ ନେଇ ଜୟନାରାୟଣ ବିସ୍ଫୋରକ ବୟାନ ଦେଇଛନ୍ତି। ଆସନ୍ତା ୮ତାରିଖରେ ଅମିତ୍ ଶାହା ଆସିବା ପରେ ନବୀନ ବିରୋଧୀ ଆନ୍ଦୋଳନ ର ଶୁଭାରମ୍ଭ ହେବ। ଗୁପ୍ତ ରଣନୀତି ନେଇ ମୁକାବିଲା ହେବ। ଏପରିକି ରାଷ୍ଟ୍ରପତି ନିର୍ବାଚନ ରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଭୂମିକା ଓ ଆପ୍ରାଣ ଉଦ୍ୟମ ସହ ଦେଶରେ ଉଦାହରଣ ସୃଷ୍ଟି କରିଥିବା ବେଳେ କିପରି ମୁକାବିଲା କରିହେବ ପ୍ରଶ୍ନରେ ଜୟନାରାୟଣ ନିଜକୁ ପାହାଡି ଅଞ୍ଚଳର ବୋଲି ଅଭିହିତ କରି ବାରାହା ଗାତ ରେ ପଡ଼ିବା ର କାହାଣୀ ଅବତରଣ। କରିଥିଲେ। ବାରହା ଧରିବା ପାଇଁ ଏକ ଗାତ ଖୋଲାଯାଇ ଥାଏ, ଗାତ ଉପରେ ପତଳା ପାଲ ହେଉ ବା ଅନ୍ୟ ପତଳା କପଡା ଖୋଡାଇ ଦିଆଯାଇ ମାଟି ଅଳ୍ପ ଦେଇ ଘାସ ବିଛା ଯାଇଥାଏ, ବାରହା ଆସିଲେ ସେଇ ଗାତରେ ପଡ଼ିଯାଏ, ସେଇଭଳି ଆମେ ଗାତ ଖୋଳି ଥିଲୁ ସେମାନେ (ବିଜେଡି) ଫସିଲେ, ଏଥିରେ କଣ ବାହାଦୂରୀ ଅଛି ବୋଲି ଶ୍ରୀ ମିଶ୍ର ସମାଲୋଚନା କରିଥିଲେ। ଏଥିସହ ଟେଲିଭିଜନ ଉପସ୍ଥାପକ ଙ୍କ ଆଉ ଏକ ପ୍ରଶ୍ନରେ ଏଣିକି ଆମେ ତାଙ୍କୁ ନଚେଇବୁ ବୋଲି ଜୟନାରାୟଣ କହିଛନ୍ତି। ଏଣିକି ଅସଲ ଖେଳ ହେବ ବୋଲି ପରୋକ୍ଷ ରେ ଚେତାଇ ଦେଇ ବିଜେଡି ମୂକ୍ତ ଓଡିଶା ଗଠନ ମୂଳ ଲକ୍ଷ୍ୟ ବୋଲି ଦମ୍ଭୋକ୍ତି କରିଛନ୍ତି। ଜୟନାରାୟଣ ଙ୍କ ଏଭଳି ବୟାନ କୁ ନେଇ ରାଜନୀତି ଜୋର୍ ଧରିଛି।

Leave A Reply

Your email address will not be published.