ଭୁବନେଶ୍ୱର ଆରଏମଆରସି ରେ ହେବ ମଙ୍କିପକ୍ସ ଟେଷ୍ଟ,ଅନୁମତି ମିଳିବା ପରେ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ଆରଏମଆରସି ରେ ବି ହେବ ମଙ୍କିପକ୍ସ ଟେଷ୍ଟ ।ଏନେଇ ସୁଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶକ ସଂଘମିତ୍ରା ପତି । କାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧକ୍ଷ୍ୟତା ହୋଇଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।
ଆରଏମଆରସିକୁ ମଙ୍କିପକ୍ସ ଟେଷ୍ଟ ଲ୍ୟାବ୍‌ରେ ସାମିଲ୍ କରିବାକୁ ନିଷ୍ପତ୍ତି ହୋଇଛି ।ଏନେଇ ଆଇସିଏମଆର ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖି ଅନୁମତି ମାଗିବୁ ବୋଲି କୁହାଯାଇଛି ।

କାଲି ରାଜ୍ୟ ସରକାର ଚିଠି କରିବେ ଏହାପରେ ଅନୁମତି ମିଳିଲେ ଖୁବ୍ ଶୀଘ୍ର ଟେଷ୍ଟି ହେବା ନେଇ କହିଛନ୍ତି ଆରଏମଆରସି ନିର୍ଦ୍ଦେଶକ ସଂଘମିତ୍ରା ପତି ।କେରଳରେ ଚିହ୍ନଟ ‌ହୋଇଥିବା ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ତିରୁଅନନ୍ତପୁରମର ସରକାରୀ ମେଡିକାଲ୍‌ କଲେଜ୍‌‌ରେ ଚିକିତ୍ସିତ ହେଉଥିଲେ।କେରଳର କୋଲାମ ଜିଲ୍ଲାର ୩୫ ବର୍ଷୀୟ ଏହି ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ସେ ଖୁବ୍‌ ଶୀଘ୍ର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବ‌େ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି।

ଯେହେତୁ ଏହା ଦେଶର ପ୍ରଥମ ମଙ୍କିପକ୍ସ ମାମଲା, ସୁରକ୍ଷା ଦୃଷ୍ଟିରୁ ୭୨ ଘଣ୍ଟା ବ୍ୟବଧାନରେ ୨ ଥର ପରୀକ୍ଷା କରାଯାଇଛି ଓ ରିପୋର୍ଟ ନେଗେଟିଭ୍‌ ଆସିଛି।ବ୍ୟକ୍ତି ଜଣକ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅଛନ୍ତି ଓ ତାଙ୍କ ଶରୀରରେ ମଙ୍କିପକ୍ସର କୌଣସି ପ୍ରକାରର ଚିହ୍ନ ମଧ୍ୟ ନାହିଁ

Leave A Reply

Your email address will not be published.