ଜମି ଦୁର୍ନୀତି ମାମଲା : ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କଲା ଇଡି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବା ରବିବାର ରାତିରେ ଶିବସେନା ସାଂସଦ ସଞ୍ଜୟ ରାଉତ ଗିରଫ କରିଛି । ଇଡି ପାତ୍ର ଚାୱଲା ଜମି ଦୁର୍ନୀତି ମାମଲାରେ ଚଢାଉ କରି ସଞ୍ଜୟ ରାଉତଙ୍କୁ ଘରୁ ୧୧ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ କରିଥିଲା । ପରେ ସଞ୍ଜୟଙ୍କୁ ନେଇ ପାଖା ପାଖି ୯ ଘଣ୍ଟା ଜେରା କରିବା ପରେ ଇଡି ଅଧିକାରୀ ତାଙ୍କୁ ଗିରଫ କରିଛନ୍ତି । ତେବେ ଗିରଫ କରିବା ପୂର୍ବରୁ ସଞ୍ଜୟ କହିଛନ୍ତି, ଲୋକଙ୍କୁ ଡରାଇ ଧମକାଇ ତାଙ୍କ ବିରୋଧରେ ମିଛ ମାମଲା କରାଯାଉଛି ।

ଏହା ଶିବସେନାକୁ ଦୁର୍ବଳ କରିବା ପାଇଁ ଏକ ଷଡଯନ୍ତ୍ର । ଯାହା ହୋଇଗଲେ ସେ ଶିବସେନା ଛାଡିବେ ନାହିଁ ବୋଲି ଦମ୍ଭ ଦେଖାଇଛନ୍ତି ସଂଜୟ ରାଉତ । ରବିବାର ସକାଳ ସାଢେ ୭ଟାରୁ ଶିବସେନା ସାଂସଦଙ୍କ ଘରେ ଚଢାଉ କରିଥିଲା ଇଡି । ସଞ୍ଜୟ ରାଉତ ସକାଳେ ଟୁଇଟ୍ କରି ଲେଖିଥିଲେ, କୌଣସି ଦୂର୍ନୀତି ସହ ତାଙ୍କର କିଛି ନେଣଦେଣ ନାହିଁ । ରାଜନୈତିକ ଆକ୍ରୋଶ ରଖି ଏପରି ରେଡ୍ ହେଉଥିବା ସେ କହିଛନ୍ତି । ମିଛ ମାମଲା, ମିଛ ଦସ୍ତାବିଜ ବଳରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.