ଆମ୍ ଆଦମୀ ପାର୍ଟିର ବୈଠକ ଓ ଦସ୍ତଖତ ଅଭିଯାନ।

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଅନ୍ତର୍ଗତ ୨୩ ନମ୍ବର ୱାର୍ଡରେ ଆମ୍ ଆଦମୀ ପାର୍ଟିର ଏକ ବୈଠକ ଅନୁଷ୍ଠିତ ହେବା ସହିତ ୨୦୦ ଇଉନିଟ ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ଛାଡ଼ ପାଇଁ ଦସ୍ତଖତ ଅଭିଯାନ ପରିଚାଳିତ କରାଯାଇଛି। ବର୍ଷିୟାନ ଶିକ୍ଷାବିତ୍ ଶ୍ରୀନନ୍ଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲାବେଳେ ପାର୍ଟିର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦନ କିସ୍କୁଙ୍କ ତତ୍ତ୍ବାବଧାନରେ ଦସ୍ତଖତ ଅଭିଯାନ ପରିଚାଳିତ ହୋଇଥିଲା। ବୈଠକରେ ବିଦ୍ୟୁତ୍ ଦେୟ ଛାଡର ଆବଶ୍ୟକତା କାହିଁକି ରହିଛି ତାହା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।ଏଥି ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶ ଛୁଆଁଦରଦାମ୍ ବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସ୍ ଟି ଲାଗୁକୁ ବିରୋଧ କରାଯାଇଛି ।ତେବେ ଆଲୋଚନା ପ୍ରସଙ୍ଗରେ ବସ୍ତି ବାସିନ୍ଦାଙ୍କ ସମସ୍ୟାମାନ ଉତ୍ଥାପିତ ହୋଇଥିଲା। ଦେଶରେ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢୁଥିବା ଲଢୁଥିବା ଏହି ଏକମାତ୍ର ପାର୍ଟି ବସ୍ତିବାସିନ୍ଦା ଙ୍କୁ ଥଇଥାନ ପାଇଁ ଏ ପାର୍ଟି ଦିଲ୍ଲୀରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି ବୋଲି ବକ୍ତାମାନେ କହିଥିଲେ। ଦସ୍ତଖତ ଫର୍ମରେ ନାମପଞ୍ଜୀକରଣ ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଥିଲା।ତେବେ ସୁକୁମାର ରଞ୍ଜନ ପ୍ରଧାନଙ୍କ ସହଯୋଗରେ ଏହି ବୈଠକରେ ବରିଷ୍ଠ ସଦସ୍ୟ ଅଧ୍ୟାପକ ଗୋପବନ୍ଧୁ, ବାଦଲ ହେମ୍ବ୍ରମ, ରାଜ୍ୟ ଯୁବ ସମ୍ପାଦକ ଚାନ୍ଦରାଅୟ ହାଁସଦା, କାଶୀନାଥ ମାହାନା,ବାସନ୍ତୀ ଦାସ, ଜ୍ୟୋତ୍ସ୍ନା ବିନ୍ଧାଣୀ, ସେକ୍ ବାବୁ, ରଞ୍ଜିତାଦାସ, ସବିତା ସିଂ, ପ୍ରଫୁଲ୍ଲ ମୁଖୀ, ଶିବ ବେହେରା,ଝାଡେଶ୍ବର ମୁଦୁଲି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.