ପାହାଡ଼ପୁରରେ ରାଷ୍ଟ୍ରପତିଙ୍କ ସ୍ୱାମୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ୱାମୀ ଓ ଦୁଇ ପୁତ୍ରଙ୍କ ଅକାଳ ବିୟୋଗ ପରେ ନିଜ ସମ୍ପତ୍ତି ଦାନ କରି ସେମାନଙ୍କ ସ୍ମୃତିରେ ମୟୁରଭଞ୍ଜ ପାହାଡ଼ପୁର ଠାରେ ଏସଏଲଏସ(SLS) ସ୍ମାରକୀ ଆବାସିକ ବିଦ୍ୟାଳୟ ସ୍ଥାପିତ କରିଥିଲେ ଦ୍ରୌପଦୀ ମୁର୍ମୁ ! ଆଜି ସେହି ସ୍ମାରକୀ ଆବାସିକ ସ୍କୁଲ ମଧ୍ୟରେ ଦ୍ରୌପଦୀ ମୁର୍ମୁଙ୍କ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି ! ଶ୍ୟାମ ଚରଣ ମୁର୍ମୁ ଜଣେ ସମାଜସେବୀ ଓ ଭଲ ବ୍ୟାଙ୍କ ଅଫିସର ଥିଲେ ତେଣୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବ୍ୟାଙ୍କ ଅଫ ଇଣ୍ଡିଆର ଜିଲ୍ଲା ଆଞ୍ଚଳିକ ପ୍ରବନ୍ଧକ ରମେଶ ଚନ୍ଦ୍ର ଦାସ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପାହାଡ଼ପୁର ଗ୍ରାମକୁ ଆସିଥିଲେ ! ପ୍ରଥମେ ସ୍କୁଲ ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ପାହାଡ଼ପୁର ଗ୍ରାମର ମୁର୍ମୁଛକରେ ଥିବା ପ୍ରତିମୂର୍ତ୍ତିରେ ମଧ୍ୟ ଶ୍ରଦ୍ଧାଞ୍ଜଳି ପାଇଁ ଏକ ଶୋଭାଯାତ୍ରା ବାହାରିଥିଲା ! ତାଙ୍କ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା !

ଦ୍ରୌପଦୀ ମୁର୍ମୁଙ୍କ ଘନିଷ୍ଠ ମୁନା ପ୍ରତିହାରିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବ୍ୟାଙ୍କ ଅଫ ଇଣ୍ଡିଆର ଜିଲ୍ଲା ଆଞ୍ଚଳିକ ପ୍ରବନ୍ଧକ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ କରିଥିଲେ ତତସହିତ ପାହାଡ଼ପୁର ଗ୍ରାମବାସୀଙ୍କ ଆର୍ଥିକ ସାହାଯ୍ୟ ପାଇଁ ସହାୟତା ପ୍ରଦାନ କରିବା ନେଇ ପ୍ରତିଶୃତି ଦେଇଛନ୍ତି ! ଝାଡଖଣ୍ଡର ରାଜ୍ୟପାଳ ଥିବା ସମୟରେ ମଧ୍ୟ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ପାହାଡପୁର ଗ୍ରାମକୁ ଆସୁଥିଲେ କିନ୍ତୁ ରାଷ୍ଟ୍ରପତି ହେବା ପରେ ପ୍ରୋଟୋକଲ ଦୃଷ୍ଟିରେ ଚଳିତ ବର୍ଷ ଆସି ପାରିନଥଲେ ମଧ୍ୟ ଘନିଷ୍ଠ ସହକର୍ମୀ ମୁନା ପ୍ରତିହାରିକୁ ଦିଲ୍ଲୀ ଡାକି ସମ୍ପୂର୍ଣ୍ଣ ଶ୍ରାଦ୍ଧ ବାର୍ଷିକୀ ପାଳନର ସମ୍ପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବିଓଆଇର ଜୋନାଲ ମେନେଜର ରମେଶ ଚନ୍ଦ୍ର ଦାସ,ପୂର୍ବତନ ଜିଏମ ଆଇସି ମିଶ୍ର,ବିଜେପିର ରାଜ୍ୟ ସଭାପତି ନବୀନ ରାମ, ମନୋଜ ଦାସ, କିଶୋର ରଜକ,ହରି ଚନ୍ଦନ, ବିଡ଼ିଓ ଲକ୍ଷ୍ମଣ ସୋରେନ,ନରସିଂହ ହଂସଦା, ସୁପାଇ ବାସ୍କେ, ମାଝୀ ବାବା ସର୍ଦ୍ଦାର ମୁର୍ମୁ, ଲକ୍ଷ୍ମଣ ମୁର୍ମୁ, ସୁଧୀର ହଂସଦା,ବ୍ଲକ ଅଧ୍ୟକ୍ଷା ମାନ୍ଦେ ପୂର୍ତ୍ତି, ବ୍ରଜ ମୋହନ ମୁର୍ମୁ,ସରୋଜ କୁମାର ଟିଗା, ଆରଆଇ ରବୀନ୍ଦ୍ର ନାଥ ହାଁସଦାଙ୍କ ସମେତ ଅନ୍ୟମାନେ ଉପସ୍ଥିତ । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାକରିବାରେ ସମାଜସେବୀ ଜଗନ୍ନାଥ ମୁର୍ମୁ, ତୋଲକପାଖରୀ ସରପଞ୍ଚ ରୁକ୍ମଣୀ ମୁର୍ମୁ, ରାମଚନ୍ଦ୍ର ସରେନ,ମଥୁରାମ ଚାତାର,ନରେନ୍ଦ୍ର ଲୋହାର,ଦିପୁ ପୃଷ୍ଟିଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ

Leave A Reply

Your email address will not be published.