xmas

କୋଟପାଡ଼ ର ମୁକୁଟ ଦିଆନମୁଣ୍ଡା ପୋଖରୀ ସରକାରଙ୍କ ଦ୍ଵାରା ଉପେକ୍ଷିତ

କେଉଁ ରାଜାରାଜୁଡ଼ା ସମୟରୁ ଦିଆନମୁଣ୍ଡା ପୋଖରୀ କୋଟପାଡ଼ ର ଐତିହ୍ୟ ଥିଲା କିନ୍ତୁ ସରକାରଙ୍କର ଉଦାସୀନତା ପାଇଁ ଆଜି ପୋତି ହୋଇଯାଇଛି କେବଳ ନେତାମାନଙ୍କର ବାହ୍ୟସ୍ପୋଟା ଆଜି ପୋଖରୀ କୁ ଏହି ଅବସ୍ଥାରେ ପହଞ୍ଚିଛି. ନିର୍ବାଚନ ଆସିଲେ ବହୁ ନେତା ବହୁ ଧୁଁଆବାଅଣ ଦେଇ ବୈତରଣୀ ପାର ହୋଇଛନ୍ତି କିନ୍ତୁ ଜନତା ବର୍ତ୍ତମାନ ସବୁ ବୁଝିସରିଲେନି ଖାଲି ଭିତ୍ତିପ୍ରସ୍ତର କରି ଲୋକଙ୍କୁ ଭକୁଆ ବନେଇଛନ୍ତି ବହୁଥର ଟେଣ୍ଡର କରି ଦଳ ସଫା କରି ଜନତା ଙ୍କ ଟଙ୍କା ଖର୍ଚ୍ଚ କରି ସମସ୍ତ୍ନ ଙ୍କୁ ଭକୁଆ ବନାଇଛନ୍ତି,ଗତ ପୌର ନିର୍ବାଚନରେ କଂଗ୍ରେସ ଦଳ ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲା ବର୍ତ୍ତମାନ ଏହି ପ୍ରକଳ୍ପ ଶେଷ ପର୍ଯ୍ୟାୟ ରେ ଅଛି ବୋଲି ଅଧ୍ୟକ୍ଷ ଏମ ଶଙ୍କର ରାଓ ଆମ ପ୍ରତିନିଧି ଙ୍କୁ ପ୍ରକାଶ କରିଛନ୍ତି,ଏହି ପୋଖରୀ କୋଟପାଡ଼ ସହରର ପ୍ରାରମ୍ଭ ରେ ଅବସ୍ଥିତ କିନ୍ତୁ ଏହା ବର୍ତ୍ତମାନ ପୋତି ହୋଇ ବସିଚି ଶ୍ମଶାନ ରୁ ଫେରିବା ପରେ ଗଧାଆଇବା,ଲୁଗା ସଫା କରିବା, ଏବଂ ସବୁଦିନ ସାଧାରଣ ନାଗରିକ ନିତ୍ୟ ବ୍ୟବହୃତ କରିବା ପାଇଁ ପାଣି ଟିକିଏ ନାହିଁ ଏହାର ପୁନରୁଦ୍ଧାର ପାଇଁ ବହୁ ଦିନରୁ ଆଶା ବାନ୍ଧି ଅଛନ୍ତି.ଏହା କୁ ବହୁ ବୁଦ୍ଧିଜୀବୀ ବିଭିନ୍ନ ମତ ପ୍ରଦାନ୍ କରିଛନ୍ତି ଏହା ହେବା ଫଳରେ ଏହାରି ମଧ୍ୟରେ ବୋଟିଙ୍ଗ ,ଆଲୋକ ସଜ୍ଜା,ଦୋକାନ ଗୃହ, ହେବା ଫଳରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଟିକସ ଆଦାୟ ମଧ୍ୟ ହୋଇପାରିବ ଏଣୁ ସମୟ ଥାଉ ଏହି ନିର୍ବାଚିତ ପ୍ରତିନଧିମାନଙ୍କ ଆଗ୍ରହ ହେଲେ କୋଟପାଡ଼ ବାସିଂଙ୍କ ଆଶା ପୂରଣ ହୋଇପାରିବ. ଏହି ସମସ୍ୟାକୁ ବିଭିନ୍ନ ଖବରକାଜରେ ପୃଷ୍ଟା ମଣ୍ଡନ କରିଥିଲା ଏବଂ ଵେଦ୍ୟୁତିକ ଗଣମାଧ୍ୟମ ରେ ମଧ୍ୟ ବାରମ୍ବାର ପ୍ରକାଶ ହୋଇଥିଲା ଏବଂ ସରକାରଙ୍କୁ ମଧ୍ୟ ଅବଗତ କରା ଯାଇଥିଲା ଏବଂ ଦେଖିବାକୁ ବାକି ରହିଲା ଏହା କେବେ କାର୍ଯ୍ୟକାରୀ ହେବl

Leave A Reply

Your email address will not be published.