xmas

କନ୍ଧମାଳରେ ଧୀରେ ଧୀରେ ବଢୁଛି ସଂକ୍ରମଣ, ଆଜି ୧୫ନୂତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀ 2/08 ଆଜି ମଙ୍ଗଳବାର କନ୍ଧମାଳ ଜିଲ୍ଲାରେ ପୁଣି୧ ୫ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ଗତକାଲି ୧ ୮ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିଲେ l ବର୍ତମାନ ସୁଦ୍ଧା ପଜିଟିଭ ସଂଖ୍ୟା ପାଖା ପାଖି ୨ ଶହ ରୂ ଉର୍ଦ୍ଧ ରେ ପହଞ୍ଚିଲାଣି ।ତେଵେ ସୁସ୍ଥ ବି ହେଉଛନ୍ତି ରୋଗୀ l
ଜିଲ୍ଲା ପ୍ରଶାସନ ର କଟକଣା ନଥିବା ରୂ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି lକେହି ବି କୋରାନା କଟକଣା ମାନୁନାହାନ୍ତି l କାଁ ଭାଁ କିଏ କେମିତି ମାସ୍କ ପିନ୍ଧୁଥିବା ଦେଖାଯାଉଛି l କୋରନା ବୁଷ୍ଟ ର ଡୋଜ ବି କମ ଆସୁଥିବାରୁ ଲୋକଙ୍କୁ ମିଳୁନି lଏପଟେ ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ଏବେ ଶ୍ରାବଣ ମାସ, ବୋଲ ବମ ଭକ୍ତଙ୍କ ଭିଡ lପୁଣି ବର୍ଷା ଦିନ l ଏଣୁ ଆଗକୁ ମଧ୍ୟକୋରାନା ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିଵା ଆଶଙ୍କା ରହିଛି lଏଣୁ ପ୍ରଶାସନ ସଜାଗ ହୋଇ ଗ୍ରାମ ରୂ ସହର ଯାଏ କୋରାନା ସଚେତନ ତା ସୃଷ୍ଟି କରିବାକୁ ଦାବୀ ହେଉଛି l ଆସନ୍ତା ସ୍ୱାଧୀନତା ଦିବସ ଉପରେ ସରକାର କଟକଣା ଲଗାଇଛନ୍ତିl ଏ ନେଇ ଚିଠି ନମ୍ବର 26088/29/07ରେ ଗୃହବିଭାଗ ସମସ୍ତ ଜିଲାପାଳ ଙ୍କୁ ଚିଠିଲେଖିଛି l ଏଣୁ ଜୀଲାସ୍ତରୀୟ ପ୍ୟାରେଡ଼ ରେ କୌଣସି ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବେନି lକେବଳ ଗତଥର ପରି ପୋଲିସ ଓହୋମଗାର୍ଡ ଦୁଇଟି କଣ୍ଟୀଗେଣ୍ଟ ପରେଡ କରିବେ lପଚାଶ ଜଣଙ୍କୁ ପ୍ୟାରେଡ଼ ରେ ଦେଖିବାଲାଗି ଅନୁମତି ମିଳିବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି l

Leave A Reply

Your email address will not be published.