ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତ କୁ ୨୫ ବର୍ଷ ଜେଲ ଓ ଜରିମାନା

ଫୁଲବାଣୀ 02/08 ଫୁଲବାଣୀ ତ୍ବରିତ ଓ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ମଙ୍ଗଳବାର ୧୩ ବର୍ଷୀୟା ନାବାଳିକା ଦୁସ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଦାରିଂବାଡ଼ି ଥାନା ଅନ୍ତର୍ଗତ ଜିରୀମ ପ୍ରଧାନ୨୭ ବର୍ଷ କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜରିମାନା ଅନାଦେୟ ତାକୁ ଆଉ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବା ପାଇଁ ବିଚାରପତି ଆଦେଶ ଦେଇଛନ୍ତି। ସୁଚନା ଅନୁଯାୟୀ ଗତ ୨୦୧୯ ମସିହା ଜୁନ ଚାରି ତାରିଖ ରେ ପିଡିତl ସ୍କୁଲ ଯିବାବେଳେ ଚକଲେଟ ଦେବାକୁ ନିଜ ଘରକୁ ଡାକି ଦୁଷ୍କର୍ମ କରି ଥିଲା।ପିଡିତା ଏହି ସଂକ୍ରାନ୍ତରେ ପରେ ଦାରିଂବାଡ଼ି ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା54/19/ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜିମଙ୍ଗଳବାରଵିଚାରପତି ସଂଜିତ ବେହେରା ସେହି ମାମଲାର ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତିl

Leave A Reply

Your email address will not be published.