xmas

ପୁଅର ମରଣାନ୍ତକ ଆକ୍ରମଣ ରେ ବାପା ଗୁରୁତର

ଫୁଲବାଣୀ -3/08
କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡ଼ିମିରିଗୁଡା ପଂଚାୟତ ର ଗଡଡି ଗ୍ରାମରେ ବୁଧବାର ଦିନ ଅଭାବନୀୟ ଘଟଣା ଘଟିଛି l ପୁଅର ମରଣାନ୍ତକ ଆକ୍ରମଣ ରେ ବାପାଗୁରୁତର ଆହତ ହୋଇ ପଡିଛନ୍ତି l
ଗୁରୁତର ଅବସ୍ଥାରେ ବାପା ପା ଲି ନା ବିନ୍ଧାଣି ଙ୍କୁ ପ୍ରଥମେ ପରିବାର ଲୋକେ ଫିରିଙ୍ଗିଆ ଡାକ୍ତରଖାନାରେ ଚିକିତ୍ସା ପାଈଁ ଭର୍ତ୍ତି କରିଥିଲେ, ତେଵେ ପାଲି ନା ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଦରମହକୁମା ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଛି l
ପାରିବାରିକ କଳହ ଜୋଂଗୁଁ ପୁଅ ନଟବର ଉତ୍ୟକ୍ତ ହୋଇ ବାପା ର ବେକ କାଟିଦେଇଥିଵା ଅଭିଯୋଗ ହେଇଛି l
ଏ ନେଇ ବର୍ତମାନ ସୁଦ୍ଧା ଥାନା ରେ ଏତଲା ଦିଆଯାଇନଥିବା ପୋଲିସ କହିଛି l
ବାପା ପାଲିନା ଙ୍କ ଅବସ୍ଥା ଉଦବେଗ ଜନକ ଥିବା ଜଣା ପଡ଼ିଛି l

Leave A Reply

Your email address will not be published.