xmas

ରାସ୍ତା ମରାମତିର ୬ ଲକ୍ଷ ଟଙ୍କା ଚରୁ ।

ବରଗଡ,ତା ୩ ୵ ୮ ୨୦୧୯ – ୨୦ ବର୍ଷରେ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚୁହାପାଲି ରୁ ଝାରବନ୍ଧ ବ୍ଲକର ଧନେଶ୍ଵର ପର୍ଯ୍ୟନ୍ତ ୬ କି:ମି: ଜଙ୍ଗଲ ରାସ୍ତା ମରାମତି ନାମରେ ଆସିଥିବା ୬ ଲକ୍ଷ ଟଙ୍କା ବିନା କାମରେ ବିଲ କରି ଟଙ୍କା ଉଠାଇ ନେଇଥିବା ନେଇ ବରଗଡ ଜିଲ୍ଲାପାଳଙ୍କ ଠାରେ ଧନେଶ୍ଵର ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି । ଜଙ୍ଗଲ ବିଭାଗ ଦ୍ବାରା ମନରେଗା ଯୋଜନାରେ ଜଙ୍ଗଲ ରାସ୍ତା ମରାମତି ପାଇଁ ୬ ଲକ୍ଷ ଟଙ୍କାର ମୁରୁମ କାର୍ଯ୍ୟ ହୋଇଥିଲା । ଏହି କାର୍ଯ୍ୟରେ ନିୟୋଜିତ ଜଙ୍ଗଲ ବିଭାଗର ଅଧିକାରୀ ଓ ଗ୍ରାମସାଥୀ ମିଶି ବିନା କାମରେ ବିଭିନ୍ନ ଲୋକଙ୍କ ଏକାଉଣ୍ଟରେ ୬ ଲକ୍ଷ ଟଙ୍କା ପକାଇ ପରେ ଟଙ୍କା କାଡି ଭାଗବାଣ୍ଟି ଖାଇଥିବା ଗୁରୁତ ର ଅଭିଯୋଗ ହୋଇଛି । ପାଖାପାଖି ୨୦ ଜଣ ମହିଳା ପୁରୁଷ ଯେଉଁ ମାନଙ୍କ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ବ ଓ ସରକାରଙ୍କ ଠାରୁ ବାର୍ଦ୍ଧକ୍ଯ ଭତ୍ତା ପାଉଛନ୍ତି ସେଭଳି ବ୍ଯକ୍ତିଙ୍କ ଏକାଉଣ୍ଟ କୁ ୨୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର କରା ଯାଇଛି । ଶ୍ରୀ ଗୋବିନ୍ଦ ସାହୁ,ଶ୍ରୀମତୀ କ୍ଷୀରୋଦ୍ରି ସାହୁ ଏଭଲି ଅନେକ ଲୋକଙ୍କ ଏକାଉଣ୍ଟ କୁ ଟଙ୍କା ଯାଇଛି । ଧନେଶ୍ଵର ଗ୍ରାମବାସୀ ମାନେ ଝାରବନ୍ଧ ବ୍ଲକ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ରେ ଯୋଗଦେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ସର୍ବ ଡମ୍ବରୁଧର ସାହା,ପୌଲସ୍ତ୍ୟ ବାରିକ,ଜଗସା କଲେଜ,ରୁକଧର ସାହୁ,ଅକ୍ଷୟ ପାଣ୍ତେ,ବିଶିଧର ବଡଗୁଛିଆ,ମୁରଲି କଲେଜ ପ୍ରମୁଖ ଉପସ୍ଥିତ ରହି ଝାରବନ୍ଧ ଠାରେ ଅନୁଷ୍ଠିତ ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣିରେ ହାଜର ହୋଇଥିଲେ ।

Leave A Reply

Your email address will not be published.