xmas

କନ୍ଧମାଳରେ ଧୀରେ ଧୀରେ ବଢୁଛି ସଂକ୍ରମଣ, ଆଜି ୨୦ଜଣ ନୂତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀ 3/08 ଆଜି ବୁଧବାର କନ୍ଧମାଳ ଜିଲ୍ଲାରେ ପୁଣିକୋଡିଏ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ଗତକାଲି ୧୫ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିଲେ l ବର୍ତମାନ ସୁଦ୍ଧା ପଜିଟିଭ ସଂଖ୍ୟା ୨ ଶହ ରୂ ଉର୍ଦ୍ଧ ରେ ପହଞ୍ଚିଲାଣି ।ତେଵେ ସୁସ୍ଥ ବି ହେଉଛନ୍ତି ରୋଗୀ l ଜିଲ୍ଲା ପ୍ରଶାସନ ର କଟକଣା ନଥିବା ରୂ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି lକେହି ବି କୋରାନା କଟକଣା ମାନୁନାହାନ୍ତି l କାଁ ଭାଁ କିଏ କେମିତି ମାସ୍କ ପିନ୍ଧୁଥିବା ଦେଖାଯାଉଛି l କୋରନା ବୁଷ୍ଟ ର ଡୋଜ ବି କମ ଆସୁଥିବାରୁ ଲୋକଙ୍କୁ ମିଳୁନି lଲୋକେ ଟିକl କେନ୍ଦ୍ରକୁଲୋକେ ଆସି ଫେରୁଛନ୍ତି l ଏପଟେ ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ଏବେ ଶ୍ରାବଣ ମାସ, ବୋଲ ବମ ଭକ୍ତଙ୍କ ପ୍ରବଳ ଭିଡ lପୁଣି ବର୍ଷା ଦିନ l ଏଣୁ ଆଗକୁ ମଧ୍ୟକୋରାନା ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିଵା ଆଶଙ୍କା ରହିଛି lଏଣୁ ପ୍ରଶାସନ ସଜାଗ ହୋଇ ଗ୍ରାମ ରୂ ସହର ଯାଏ କୋରାନା ସଚେତନତା ସୃଷ୍ଟି କରିବାକୁ ଦାବୀ ହେଉଛି l

Leave A Reply

Your email address will not be published.