xmas

କନ୍ଧମାଳ ଚକାପାଦ ଅଂଚଳରୁ ବାଘଛାଲ ଜବତ. ଚାରି ଗିରଫ

ଫୁଲବାଣୀ -03/08
ଆଜି କୌଣସି ସୂତ୍ରରୁ ଖବର ପାଇ ଏସ ଟି ଏଫ ଟିମ କନ୍ଧମାଳ ଜିଲା ଟିକାବାଲି ଜଙ୍ଗଲବିଭାଗ ରେଞ୍ଜ ଅନ୍ତର୍ଗତ ଚକାପାଦ ଅଂଚଳରେ ଚଢ଼ାଉ କରି ବାଘଛାଲ ଜବତ କରିଛି l ଏ ସମ୍ପର୍କରେ ଏସଟି ଏଫ ଟିମ ଚାରି ଜଣକୁ ଗିରଫ କରିବାସହ ବନ୍ଧୁକ,ଗୁଳି, ଧନୁଶର ଆଦି ବିଭିନ୍ନ ମlରଣାସ୍ତ୍ର ମଧ୍ୟ ଜବତ କରିଛି ଏସଟି ଏଫ. I ଗିରଫ ଵ୍ୟକ୍ତି ମାନେ ହେଲେ ମୂଖ୍ୟ ଆସାମୀ ସୁକୁମାର କହଁର ଙ୍କ ସମେତ ବୀରେନ ମିତ୍ର ନାୟକ, ରଂଜିତ କହଁର, ରବିନାରାୟଣ କହଁର, ବୋଲି ଏସ ଟି ଏଫ ଇନିସ୍ପେକ୍ଟର ଜଗନାଥ ପ୍ରସାଦ ସାହୁ ସୂଚନା ଦେଇଛନ୍ତି lଏହି ଛାଲ କାଲରାପତରିଆ ବାଘର ବୋଲି ଏସଟିଏଫ ଇନସ ପେକ୍ଟର ସାହୁ କହିଛନ୍ତି l କନ୍ଧମାଳ ଜିଲାର ଘଞ୍ଚ ଜଙ୍ଗଲ ର ସୁଯୋଗ ନେଇ କିଛି ଜିଲା ବାହାର କିଛି ଶିକାରୀ ସ୍ଥାନୀୟ ଲୋକଙ୍କୁ ଧରି ବାଘମାରି ଛାଲ କାରବାର କରୁଥିବା ଅଭିଯୋଗ ହେଉଛି l

Leave A Reply

Your email address will not be published.