xmas

ଆଖୁର ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

ଆଖୁ ଚାଷୀଙ୍କ ହିତରେ କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୨-୨୩ ଚିନି ଋତୁ (ଅକ୍ଟୋବର-ସେପ୍ଟେମ୍ବର) ପାଇଁ ଆଖୁର ଉଚିତ୍‌ ଏବଂ ଲାଭକାରୀ ମୂଲ୍ୟ (ଏଫ୍‌ଆର୍‌ପି)କୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ୧୦.୨୫%ର ମୂଳ ଅସୁଲୀ ଦର ପାଇଁ ଏହି ମୂଲ୍ୟକୁ କୁଇଣ୍ଟାଲ ପ୍ରତି ୩୦୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ୧୦.୨୫%ରୁ ଅଧିକ ଅସୁଲୀରେ ପ୍ରତିଥର ୦.୧% ବୃଦ୍ଧି ପାଇଁ କୁଇଣ୍ଟାଲ ପ୍ରତି ୩.୦୫ ଟଙ୍କା ପ୍ରିମିୟମ ପ୍ରଦାନ କରାଯିବ । ଅସୁଲୀରେ ୦.୧ % ହ୍ରାସ ପାଇଁ କୁଇଣ୍ଟାଲ ପ୍ରତି ଏଫ୍‌ଆର୍‌ପିରେ ୩.୦୫ ଟଙ୍କା ହ୍ରାସ କରାଯିବ।

ତେବେ ଆଖୁ ଚାଷୀଙ୍କ ହିତକୁ ସୁରକ୍ଷା ଦେବାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେଉଁ ଚିନି କଳ କ୍ଷେତ୍ରରେ ଅସୁଲି ହାର ୯.୫%ରୁ କମ ହେବ ସେଠାରେ କୌଣସି ହ୍ରାସ କରାଯିବ ନାହିଁ । ଏପରି ଚାଷୀମାନଙ୍କୁ ଆସନ୍ତା ଚିନି ଋତୁ ୨୦୨୨-୨୩ ରେ ଆଖୁ ପାଇଁ କୁଇଣ୍ଟାଲ ପ୍ରତି ୨୮୨.୧୨୫ ଟଙ୍କା ମିଳିବ ଯାହାକି ଚଳିତ ଚିନି ଋତୁ ୨୦୨୧-୨୨ରେ କୁଇଣ୍ଟାଲ ପ୍ରତି ୨୭୫.୫୦ ଟଙ୍କା ରହିଛି । ୨୦୨୨-୨୩ ଚିନି ଋତୁ ପାଇଁ ଆଖୁ ଉତ୍ପାଦନର ଏ୨+ଏଫଏଲ ଖର୍ଚ୍ଚ (ଅର୍ଥାତ୍‌ ବାସ୍ତବ ପରିଶୋଧ ଖର୍ଚ୍ଚ ଯୁକ୍ତ ପାରିବାରିକ ଶ୍ରମ ଆରୋପିତ ମୂଲ୍ୟ) କୁଇଣ୍ଟାଲ ପ୍ରତି ୧୬୨ ଟଙ୍କା ରହିଛି । ୧୦.୨୫% ଅସୁଲି ଦର ସହିତ କୁଇଟାଲ ପ୍ରତି ୩୦୫ ଟଙ୍କାର ଏଫ୍‌ଆର୍‌ପି ଉତ୍ପାଦନ ଖର୍ଚ୍ଚ ଠାରୁ ୮୮.୩% ଅଧିକ, ଯାହାକି ଚାଷୀଙ୍କୁ ସେମାନଙ୍କର ଖର୍ଚ୍ଚ ତୁଳନାରେ ୫୦%ରୁ ଅଧିକ ଲାଭ ଦେବାର ନିଷ୍ପତ୍ତିକୁ କାର୍ଯ୍ୟ କରୁଛି । ୨୦୨୨-୨୩ ଚିନି ଋତୁରେ ଏଫ୍‌ଆର୍‌ପି ୨୦୨୧-୨୨ ଚିନି ଋତୁର ଏଫ୍‌ଆର୍‌ପି ତୁଳନାରେ ୨.୬% ରହିଛି।

କେନ୍ଦ୍ର ସରକାରଙ୍କ ସକ୍ରିୟ ନୀତି କାରଣରୁ, ଆଖୁ ଚାଷୀ ଏବଂ ଚିନି ଉଦ୍ୟୋଗ ଗତ ୮ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛନ୍ତି ଏବଂ ବର୍ତ୍ତମାନ ଆତ୍ମନିର୍ଭରଶୀଳତା ସ୍ତରରେ ପହଞ୍ଚି ପାରିଛନ୍ତି । ଠିକଣା ସମୟରେ ସରକାରୀ ହସ୍ତକ୍ଷେପ ଏବଂ ଚିନି ଉଦ୍ୟୋଗ, ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ସହିତ ଚାଷୀଙ୍କ ସହଯୋଗ କାରଣରୁ ଏପରି ପରିଣାମ ମିଳିପାରିଛି ବୋଲି କୁହାଯାଇଛି।

Leave A Reply

Your email address will not be published.