ଦିଲ୍ଲୀ ଠାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ଵେଶ୍ବର ଟୁଡୁ; ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍ କୁ ନେଇ ବିଶେଷ ଆଲୋଚନା ।

ଦିଲ୍ଲୀ ଠାରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ଯାଣ ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ଵେଶ୍ବର ଟୁଡୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଙ୍କୁ ଭେଟି ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍ ବିଷୟରେ ସବିଶେଷ ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ ଉକ୍ତ ଆଲୋଚନା କୁ ଗୁରୁତ୍ୱର ସହ ନେଇଥିଲେ ଏବଂ ଏହାର ଉନ୍ନତିକରଣର ଦାୟିତ୍ଵ ନିଜେ ନେବା ନେଇ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । କେନ୍ଦ୍ର ସରକାର ଙ୍କ ଉଡ଼ାନ ଯୋଜନା ଅନ୍ତର୍ଗତ ହୋଇଥିବା ପ୍ରକାଶ କରିଥିଲେ । ଏହା ପରେ ମଧ୍ୟ ସେ ନିଜେ ବ୍ୟକ୍ତିଗତ ଭାବେ ଏଥି ପ୍ରତି ଧ୍ୟାନ ଦେଇ ରାଜ୍ୟ ସରକାର ଙ୍କ ସହ ଆଲୋଚନା କରି ଜମି ଅଧିଗ୍ରହଣ କାର୍ଯ୍ୟ କୁ ଯଥା ଶୀଘ୍ର ତ୍ୱରାନିତ କରିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି ପ୍ରକାଶ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ DRDO ଓ ଏୟାରର୍ଫୋସ ବିଭାଗ ସହିତ ଏବଂ ଆବଶ୍ୟକ ପଡିଲେ ସେ ନିଜେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ନିଜେ ମଧ୍ୟ କଥା ହେବେ ବୋଲି କହିଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ କେନ୍ଦ୍ରମନ୍ତ୍ରୀ ଶୀ ସିନ୍ଧିଆ ଚଳିତ ବର୍ଷ ୨୦୨୨ ଶେଷ ସୁଦ୍ଧା ଏସବୁ ସାରି ନିଜେ ରାସଗୋବିନ୍ଦପୁର ଆସି ପୁନରୁଦ୍ଧାର କାର୍ଯ୍ୟ ପାଇଁ ଭୂମି ପୂଜନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ମଧ୍ୟ ଏହାର ପୁନରୁଦ୍ଧାର ହେଲେ କିଭଳି ଭାବେ ମୟୁରଭଞ୍ଜ , ବାଲେଶ୍ଵର, କେନ୍ଦୁଝର ଜିଲ୍ଲା ସହିତ ଓଡିଶା ସୀମାବର୍ତ୍ତୀ ପଶ୍ଚିମବଙ୍ଗ, ଝାରଖଣ୍ଡ ଆଦି ରାଜ୍ୟର ବହୁ ଜନସାଧାରଣ ଉପକୃତ ହେବେ ବୋଲି ପ୍ରକାଶ କରିଥିଲେ । ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଏହା ବେଶ ଉପଯୋଗୀ ହେବା କଥା ମଧ୍ୟ ବଖାଣି ଥିଲେ । ତେଣୁ ବହୁ ଲୋକଙ୍କ ଆଶା ଆକାଂକ୍ଷା କୁ ଦୃଷ୍ଟିରେ ରଖି ଦୁଇ କେନ୍ଦ୍ରମନ୍ତ୍ରୀ ଆଲୋଚନା କରି ଯଥା ଶୀଘ୍ର କେନ୍ଦ୍ର ସରକାର ଓ ବୈସାମରିକ ବିମାନ ବିଭାଗ ମିଳିତ ସହଯୋଗରେ କାର୍ଯ୍ୟ ସମାପ୍ତ କରି ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ କରିବା ପାଇଁ ଜୋର ଦେଇଥିବା ଜଣାପଡ଼ିଛି । ଉକ୍ତ ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଙ୍କ ସହିତ ମୟୁରଭଞ୍ଜର ମହାରାଣୀ ରଶ୍ମୀରାଜଲକ୍ଷ୍ମୀ ଭଞ୍ଜଦେଓ, ସାଂସଦଙ୍କ ବିଭାଗୀୟ ପ୍ରତିନିଧି ଶ୍ରୀ ହେମନ୍ତ ଶାହ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.