ଏକଲବ୍ଯ ସ୍କୁଲ ର ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଅଭିଯୁକ୍ତ ଗିରଫ

ମାଲକାନଗିରି,୪/୮–ମାଲକାନଗିରି ଜିଲ୍ଲା ସଦର ବ୍ଳକ ର ଚମ୍ପାନଗର ସ୍ତିତ ଏକଲବ୍ଯ ସ୍କୁଲ ର ଦସମ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭ ବତି ହୋଇଥିବା ଜଣା ପଡିଛି । ଛାତ୍ରୀ ଜଣଙ୍କ ଘର ମାଥିଲି ବ୍ଲକ ସାଉଁଳି ଗୁଡା ବୋଲି ଜଣା ପଡିଛି । ପରିବାର ଲୋକଙ୍କ କହିବା ହଉଚି ଗତ ଜୁଲାଇ ମାସ ୧୨ତାରିଖ ରାତିରେ ଏକଲବ୍ଯ ସ୍କୁଲ୍ କତ୍ରୁପକ୍ଷ ଏକ ବୋଲେରୋର ଗାଡିରେ ଛାତ୍ରୀଙ୍କ ଘର ସାଉଁଳି ଗୁଡା ପହଁଚି ଛାତ୍ରୀଙ୍କ ବାପାଙ୍କୁ ତାଙ୍କ ଝିଅ ଦେହ ଗୁରୁତ୍ୱର ଅଛି କହି ତାଙ୍କୁ ଏବଂ ତାଙ୍କ ପରିବାର ଅନ୍ୟ ଏକ ଜଣକୁ ଡାକି ନେଇଥିଲ ମାଲକାନଗିରି ସ୍ତିତ ଏକଲବ୍ଯ ସ୍କୁଲ୍ କୁ ସେଠାର ତାଙ୍କ ଝିଅ ଏବଂ ଅନ୍ଯ ଏକ ପିଲାକୁ ସେଠାରେ ବସାଇ ଛାତ୍ରୀଙ୍କ ବାପାଙ୍କୁ କହିଥିଲେ ସେଠାରେ ବସିଥିବା ପିଲା ସହ ତାଙ୍କ ଝିଅର ସମ୍ପର୍କ ରହିଛି ଏବଂ ତାଙ୍କ ଝିଅ ଛ ମାସ ର ଗର୍ଭ ଧାରଣ କରିଛି । ତାସହ ସେଠାରେ ଛାତ୍ରୀଙ୍କ ବାପାଙ୍କୁ ସ୍କୁଲ୍ ର କିଛି ଶିିକ୍ଷକ ଓ କିଛି ବିଦ୍ୟାଳୟ କର୍ମଚାରୀଙ ଧମକା ଚମକା କରିବା ସହ ଏକ କାଗଜରେ ଦସ୍ତଖତ କରିବାକୁ ବାଧ୍ଯ କରିଥିଲେ । ଛାତ୍ରୀଙ୍କ ବାପା ସେଠାରେ ଦୁଖଃରେ ଭାଙ୍ଗି ପଡି ସେହି କାଗଜରେ ଦସ୍ତଖତ ନକରି ସେଠାରୁ ନିଜଗାଁକୁ ଫେରି ଯାଇଥିଲେ । ପୁଣି ତା ପରଦିନ ଅର୍ଥାତ୍ ୧୩ ଜୁଲାଇ ରେ ପୁଣି ପରିବାର ଲୋକଙ୍କୁ ଡାକି ପୁର୍ବରୁ ଲେଖାଯାଇଥିବା କାଗଜରେ ଦସ୍ତଖତ କରି ଛାତ୍ରୀ ଜଣକୁ ତାଙ୍କ ଘରକୁ ପଠାଇ ଦେଇଥିଲେ । ଛାତ୍ରୀ ଗାଁରେ ପହଁଞ୍ଚିବା ପରେ ଗାଁ ର ଆସା, ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୁ ଅଣାଜିବାପରେ ଗତ ୩୦ ତାରିଖ ରେ ଚାଇଲ୍ଡ ଲାଇନ୍ ସହାୟତାରେ ନାବାଳୀକା ଛାତ୍ରୀ ଜଣକ ମାଲକାନଗିରି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଏଥିନେଇ ସାଉଁଳି ଗୁଡା ଗ୍ରାମର ଅଙ୍ଗନବାଡି କର୍ମୀଙ୍କୁ ପଚାରିବାରୁ ସେ କହିଛନ୍ତି ଛାତ୍ରୀଙ୍କ ସହ ଉକ୍ତ ଜୁବକ ଏକଲବ୍ଯ ସ୍କୁଲ୍ ଯାଇ ଛାତ୍ରୀଙ୍କ ସହ ସାରିରିକ ସମ୍ପର୍କ ରଖି ଆସୁଥିବା ଛାତ୍ରୀ କହିଥିବା ସେ ଆମକୁ କହିଛନ୍ତି । ଏଥିସହ ପରିବାର ଲୋକ କହିଛନ୍ତି ସ୍କୁଲ୍ ଛୁଟି ସମୟରେ ଝିଅର କୌଣସି ବି ପିଲାସହ ତାଙ୍କ ଝିଅର ସମ୍ପର୍କ ନଥିଲା ଯାହା ହେଇଛି ସ୍କୁଲ୍ ରେହିଁ ହେଇଛି । କନ୍ତୁ ଛାତ୍ରୀ ଜଣକ ସ୍କୁଲ୍ ଛୁଟି ସମୟରେ ଝିଅ ନିଜ ଗାଁକୁ ଯାଇ ଉକ୍ତ ଜୁବକ ସହ ସମ୍ପର୍କ ରଖି ଥିବା କହି ସ୍କୁଲ୍ କତ୍ରୁପକ୍ଷ ପରିବାର ଲୋକଙ୍କଠାରୁ ଯୋର ଜବରଦସ୍ତ ଦସ୍ତଖତ କରାଇ ଥିବା ଅଭିଯୋଗ କରିଛନ୍ତି ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଜଦି ଛାତ୍ର ଜଣକ ୬ମାସ ହେଲାଣି ଗର୍ଭବତି ହେଲାଣି ତାହାହଲେ କିଭଳି ସ୍କୁଲ୍ ହୋଷ୍ଟେଲ ଦାଇତ୍ବ ରେ ଥିବା କତ୍ତୃପକ୍ଷଙ୍କ ଜାଣି ପାରିଲେନି । ଯଦି ବିଳମ୍ବ ରେ ଯାଣିଲେବି ସ୍କୁଲ୍ ଅଧକ୍ଷ ଲିଖତ ଭାବେ ପୋଲିସ୍ କୁ ନଜଣାଇ ଓ ବିନା ପରାମର୍ଶରେ କେଉଁ କାରଣରେ ଓ କେମିତି ପରିବାରଙ୍କୁ ଜୋର୍ ଜବରଦସ୍ତ ଦସ୍ତଖତ କରାଇ ଛାତ୍ରୀକୁ ଘରକୁ ପଠାଇ ଦେଇଥିଲେ । ତାସହ ପୋଲିସ କହିବା ଅନୁସାରେ ଗତ ୩୦ତାରିଖରେ ଚାଇଲ୍ଡ ଲାଇନ୍ ପିଡିତା ଛାତ୍ରୀଙ୍କୁ ଆଣି ଥାନାରେ ଅଭିଯୁକ୍ତ ଜୁବକ ହରି ହର ଭୂମିଆ ନାରେ ଅଭିଯୋଗ କରିଛନ୍ତି । ଏଠି ପୁଣି ଏକ ପ୍ରଶ୍ନ ଉଠୁଚି ଗତ ମାସ ୧୨ ତାରିଖରୁ ଘଟଣା ଘଟିଥିଲେ ମଧ୍ଯ ଦିର୍ଘ ୨୦ ଦିନ ପର୍ଯ୍ୟନ୍ତ ପିଡିତା ଛାତ୍ରୀଙ୍କୁ ସ୍ବାଧାରଗୃହ ରେ ରଖିଲାପରେ ଏତେ ବିଳମ୍ବରେ କାହିଁକି ଥାନାରେ ଏତଲା ଦିଆଗଲା । ଏଭଳି ବହୁ ପ୍ରଶ୍ନ ଉଙ୍କିମାରୁଥିବାରୁ ପୋଲିସ୍ ହିଁ ଉପଯୁକ୍ତ ତଦନ୍ତ କରି ଏହି ସବୁ ପ୍ରଶ୍ନ ର ଉତ୍ତର ଖୋଜି କାଢିବାକୁ ସାଧାରଣରେ ଦାବି ହୋଇଛି ।
ଏହି ଘଟଣାଟି ଜିଲାପାଳ ଜାଣିଲା ପରେ ଏହାର ତଦନ୍ତ ତୁରନ୍ତ ସଂମ୍ପୂର୍ଣ୍ଣ ତଥ୍ଯ ଦବାପାଇଁ ପିଏ ଆଇଟିଡିଏ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରିଙ୍କୁ ପଚାରିବାରୁ ସେ ଏଭଳି କିଛି ଅଭିଯୋଗ ଆସିନାହିଁ ଅଭିଯୋଗ ଆସିଲେ ଏହାର ତଦନ୍ତ କରାଯିବ କହିଛନ୍ତି ।
ପିଡିତାଙ୍କ ଲିଖିତ ଅଭିଯୋଗ ପରେ କସ୍ ନମ୍ବର ୪୪୦୵୨୨ ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ପୋଲିସ୍ । ପୋଲିସ ଅଭିଯୁକ୍ତ ହରି ହର କୁ ଗିରଫ କରି କୋର୍ଟ ଚଲାଣ କରିଛି ।
ବର୍ତ୍ତମାନ ପିଡିତା ଛାତ୍ରୀ ବାଳ ସ୍ବାଧାରଗୃହରେ ଥିବା ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.