ଭୁବନେଶ୍ୱରର ବିକାଶ ଆମର ଲକ୍ଷ୍ୟ : ସୁଲୋଚନା

ମେୟର ଭାବେ ଶପଥ ନେବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ସୁଲୋଚନା ଦାସ । ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ସମସ୍ତେ ମିଳିମିଶି କାମ କରିବା । ଭୁବନେଶ୍ୱରରେ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯିବ । ବିକାଶ ଧାରାକୁ ଆଗକୁ ନେବାକୁ ସର୍ବଦା ପ୍ରୟାସ କରାଯିବ । ସେବାଗୁଡିକୁ ଲୋକଙ୍କ ଘର ଦୁଆର ମୁହଁରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ । ଭୁବନେଶ୍ୱରକୁ ନମ୍ବର-୧ ସିଟିରେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି । ସ୍ୱଚ୍ଛ, ସୁନ୍ଦର ଓ ବିକାଶିତ ଭୁବନେଶ୍ୱରରେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି । ରାଜଧାନୀର ଯେଉଁ ଗୌରବମୟ ଇତିହାସ ରହିଛି ତାହା ଅକ୍ଷୁର୍ଣ୍ଣ ରହିବ ।
ଭୁବନେଶ୍ୱର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା । ମେୟରଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମର ୬୭ କର୍ପୋରେଟର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଲିଙ୍ଗରାଜ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିଥିଲେ ସୁଲୋଚନା ଦାସ ।

Leave A Reply

Your email address will not be published.