xmas

ଦୁଇଦିନରେ ଦୁଇ ଗୋଟି ଅସହାୟ ଶବ ସତ୍କାର କଲା ସଂକଲ୍ପ ପରିବାର ।


ବରଗଡ଼ ୦୫/୦୮:- ବରଗଡ଼ ଜିଲ୍ଲା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର ଦ୍ୱାରା ଗତ ଦୁଇ ଦିନରେ ଦୁଇଗୋଟି ଅଚିହ୍ନା ଏବଂ ଅସହାୟ ଶବ ସତ୍କାର କରାଯାଇଛି । ପ୍ରଥମତଃ ବରଗଡ଼ ଜିଲ୍ଲା ଭେଡେନ ଅଞ୍ଚଳରେ ରହିଥିବା ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଚିକିତ୍ସିତ ଅବସ୍ଥାରେ ଭେଡେନ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁବରଣ କରିଥିବା ବେଲେ ତାର କୌଣସି ପରିଚୟ ନମିଳିବାରୁ ୭୨ଘଣ୍ଟା ପରେ ଭେଡେନ ପୋଲିସ ର ଅନୁରୋଧ କ୍ରମେ ବରଗଡ଼ ଜୀରା ନଦୀ କୂଳରେ ଥିବା ସ୍ମଶାନରେ ଶବ ସତ୍କାର କରାଯାଇଥିଲା । ଠିକ ସେହିପରି ଆଜି ବରଡୋଲ ଗ୍ରାମର ଏକ ବୃଦ୍ଧ ବ୍ୟକ୍ତି ସଙ୍ଖାଳି ସାହୁ ବାର୍ଦ୍ଧକ୍ୟଗତ କାରଣରୁ ମୃତ୍ୟୁବରଣ କରିଥିବା ବେଲେ ତାଙ୍କର ପରିବାର ରେ ତାଙ୍କର ଏକ ନାବାଳକ ନାତି ଛଡା ଆଉ କେହି ପୁରୁଷ ବ୍ୟକ୍ତି ନଥିବାରୁ ତାଙ୍କ ପରିବାର ଲୋକ ତଥା ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ବରଗଡ଼ ପୋଲିସର ଉପସ୍ଥିତିରେ ଦେଓଗାଁ ଗୀସୁଲ ନଦୀ ତଟରେ ମାଟି ଖୋଲି ସମାଧି ଦିଆଯାଇଥିଲା । ପରେ ତାଙ୍କର କିଛି ସମ୍ପର୍କୀୟ ଲୋକ ଆସି ମାଟି ପୋତିବାରେ ସାହାଯ୍ୟ କରିଥିଲେ ।
ଉଭୟ ଶବକୁ ସଂକଲ୍ପ ରଥ ସାହାଯ୍ୟରେ ସଂକଲ୍ପ ପରିବାର ସଦସ୍ୟ ସନ୍ଦୀପ କୁମାର ସେଠ ଓ ରଞ୍ଜିତ ସାହୁ ସ୍ମଶାନ କୁ ନେଇଯାଇଥିବା ବେଳେ ସଂକଲ୍ପ ପରିବାର ର ସଦସ୍ୟ ଅକ୍ଷୟ ମିଶ୍ର, ଶେଷଦେଵ ପଧାନ,ଲୋକନାଥ ମେହେର ଓ ପଶ୍ଚିମ ଓଡିଶା ଯୁବାମଞ୍ଚର ସଦସ୍ୟ ଦେବେନ୍ଦ୍ର ପଟେଲ, ସିଦ୍ଧାର୍ଥ ବାରିକ ,ଅଙ୍କିତ ଭାଇ ଏବଂ ବରଡୋଲ ସରପଞ୍ଚ ଦୀପାଞ୍ଜଳି କୁମ୍ଭାର ପ୍ରମୁଖ ସହଯୋଗ ର ହାତ ବଢାଇଥିଲେ ।

Leave A Reply

Your email address will not be published.