mobile header

ମଲ୍ୟାଶୁଣୀଙ୍କ ଅଷ୍ଟମୀ ପୂଜା ଆରମ୍ଭ..

. ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମର ଗ୍ରାମଦେବତୀ ମା’ମଲ୍ୟାଶୁଣୀଙ୍କ ଅଷ୍ଟମୀ ପୂଜା ଆରମ୍ଭ ହୋଇଯାଇଛି l ମାଙ୍କ ପୂଜା ପୂର୍ବରୁ ସକାଳୁ ମାଙ୍କୁ ହଳଦୀ ପାଣିରେ ଗାଧୋଇ ଦିଆଯାଇ ନାଲି ପାଟ ପିନ୍ଧାଯାଇଥାଏ l ପରେ ବିଭିନ୍ନ ପ୍ରକାରର ଫୁଲରେ ମାଙ୍କୁ ସୁନ୍ଦର ଭାବରେ ସଜାଯାଇଥାଏ l ପରେ ପରେ ମାଙ୍କୁ ଅଳଙ୍କୃତ କରାଯାଇ ଅଷ୍ଟମୀ ପୂଜା ବେଶ କରାଯାଇଥାଏ l ତାପରେ ସୂର୍ଯ୍ୟ ପୂଜା, ଗୋପୂଜା କରାଯାଇ ମା’ଙ୍କ ଅଷ୍ଟମୀ ପୂଜା କରାଯାଏ l ଆଉ ରୀତିନୀତି ଅନୁଯାଇ ଖରାବେଳେ ମାଙ୍କ ନିକଟରେ ନୀତିକାର୍ଯ୍ୟ କରାଯାଏ l ଆଜି ଦ୍ୱିତୀୟ ଦିବସ ଯଂଜ୍ଞରେ ମାଙ୍କ ପାଖରେ ଅନୁଷ୍ଠାନ ପକ୍ଷରୁ ଏକ ସାଂସ୍କୃତ କାର୍ଯ୍ୟକ୍ରମ କରାଯାଇଛି l ଗାଁ ଯୁବକ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି l ଯାହାର ନାଁ “କିଏ ଭାଈବନ୍ଧୁ କିଏ କୁଟୁମ୍ବ “l ଏହି ମାଙ୍କ ତିନିଦିନ ବ୍ୟାପି ଯଂଜ୍ଞକୁ ଗ୍ରାମବାସି ମାନେ ସମସ୍ତ ନିଷ୍ଠାର ସହିତ ପାଳନ କରିଥାନ୍ତି l

Leave A Reply

Your email address will not be published.