xmas

ଅହେତୁକ ଦରଦାମ ବୃଦ୍ଧି କୁ ନେଇ କଂଗ୍ରେସ ର ବିକ୍ଷୋଭ

ଫୁଲବାଣୀ -05/08 ଅଖିଳ ଭାରତୀୟ କଂଗ୍ରେସ ର ଡା କରl ରେ ନିତ୍ୟ ବ୍ୟବହୃତ ଖାଦ୍ୟଦ୍ରବ୍ୟ ର ଅହେତୁକ ଦରଦାମ ବୃଦ୍ଧି, ମୁଡି, ଗୁଡ, ଖଇ ଇତ୍ୟାଦି ରେଜି ଏସ ଟି ଲାଗୁ, ବେକାରୀ ସମସ୍ୟା ଆଦି ପ୍ରତିବାଦ ରେଶୁକ୍ରବାର ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ ତରଫରୁ କନ୍ଧମାଳ ଜିଲ୍ଲାପାଳ ଅଫିସ ଘେରାଓ କରାଯାଇଥିଲା କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ କୁମାର ନାୟକ ଙ୍କ ନେତୃତ୍ୱ ରେ ଶତାଧିକ କଂଗ୍ରେସ କର୍ମୀ ପ୍ରଥମେ ମାଡିକୁନ୍ଦା ଛକ ଠାରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଳ ଅରପଣ କରି ଏକ ବିଶାଳ ସଭା ଯାତ୍ରା ରେ ଆସି ଜିଲ୍ଲାପାଳ ଅଫିସ ଘେରାଓ କରିଵା ସହ ବିଜେପି ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ,l ଦରଦାମ କମ ନ କରାଗଲେ ଏହି ଆନ୍ଦାଳନ ଜାରି ରହିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାସଭାପତି ସମତେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହ୍ନର, ମହିଳା କଂଗ୍ରେସ ସଭାପତି ରୁଦା ମଲ୍ଲିକ, ସୋସିଆଲ ମେଡ଼ିଆ ସଭାପତି ନନ୍ଦ କିଶୋର ଦାଶ, ପିସିସି ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର, ପିସିସି ସମ୍ପାଦକ ଚନ୍ଦ୍ରଶେଖର ପରିଡା, ହେମନ୍ତ କର, ଦୀପିକା ମାଝୀ, ଅମୀର ଚାନ୍ଦ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ସନ୍ତୋଷ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ଦାଶ, ଦୁର୍ଯ୍ୟୋଧନ ପଟ୍ଟନାୟକ, ରଜତ ମହାନ୍ତି, ବଳଦେବ ବେହେରା, ଗୌର ଚରଣ ବେହେରା, ସଂସାର ଭୋଇ, ପିତାମ୍ବର ସାହୁ, ମାମି ନାୟକ, ଏ.ଅlଇ.ସି.ସି ମେମ୍ବର ତଥା କଂଗ୍ରେସ ନେତା ଘନ କୁମାର ଶବର ପ୍ରମୁଖ ଉପସ୍ଥିତ ଥିଲେl

Leave A Reply

Your email address will not be published.