xmas

କନ୍ଧମାଳ ସାଂସ୍କୃତିକ କାର୍ଯ୍ୟଳୟ ଜରାଜୀର୍ଣ୍ଣ ଅବସ୍ଥାରେ

ଫୁଲବାଣୀ-: କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଥିବା ସାଂସ୍କୃତିକ କାର୍ଯ୍ୟଳୟ ଟି ସାଂସ୍କୃତିକ ଅଧିକାରୀ ଓ କର୍ମଚାରୀ ଙ୍କ ଅଣଦେଖା ଫଳରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହି ଥିବାର ଦେଖିବାକୁ ମିଳିଛି।କହିବାକୁ ଗଲେ ଏହି କାର୍ଯ୍ୟଳୟ କୁ ପ୍ରତିଦିନ ଅଧିକାରୀ ଓ କର୍ମଚାରୀ ଆସନ୍ତି କିନ୍ତୁରକ୍ଷଣାବେକ୍ଷଣ ଅଭାବରୁ କାର୍ଯ୍ୟଳୟ ର ମୁଖ୍ୟ ଫାଟକ ରେ ଲାଗିଥିବା ସାଂସ୍କୃତିକ କାର୍ଯ୍ୟଳୟ ଲାଇଟ ଭାଂଗିଗଲାଣି ହେଲେବି ପ୍ରତିଦିନ ଦେଖି ଏତେ ଦାଇତ୍ୱ ବାନ ଅଧିକାରୀ ଓ କର୍ମଚାରୀ ଅଛନ୍ତି ତିଆରି କରିପାରୁନାହାନ୍ତି କି ପରିବେଶ ସୁନ୍ଦର ମଧ୍ୟ କରିବାରେ ବିଫଳ ହେଉଛନ୍ତି।ସେହିପରି ମଧ୍ୟ ଜିଲ୍ଲାର କଣ ସବୁ ସାଂସ୍କୃତିକ କ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ହେଉଛି କଳାକାରମାନଙ୍କୁ ଜଣାଉନାହାନ୍ତି କି ନୋଟିସ ବୋର୍ଡ଼ରେ କିଛି ଲଗାଉନାହାନ୍ତି ଏବଂ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ ବାରଗୋଟି ବ୍ଲକ ରେ କାର୍ଯ୍ୟ କରୁଥିବା ବ୍ଲକ କଳା ସଂସ୍କୃତି ସଂଘ ପ୍ରତି କୁଆଡେ ଅଣଦେଖା କରୂ ଥିବା ଅଭିଯୋଗ ହେଉଛି l ସେହିପରି ସଂସ୍କୃତି ସଂଘ ସହିତ ଜଡିତ ନଥିବା କଳା ଅନୁଷ୍ଠାନ କୁ ଏକାଧିକ କାର୍ଯ୍ୟକ୍ରମମାନ ଦେଉଥିବା ନେଇ କଳାକାରମାନେ ଅଭିଯୋଗ କରୁଛନ୍ତି। ଫଳରେ ଜିଲ୍ଲାର କଳାକାର ମାନେ ସରକାରଙ୍କ ସମସ୍ତ ସୁବିଧାରୁ ବଂଚିତ ହେଉଛନ୍ତି କାମ ନପାଇ ହାତ ବାନ୍ଧି ବସିଛନ୍ତି lକନ୍ଧମାଳ ଜିଲ୍ଲା ପାଳ ଜ଼ିଲ୍ଲା ସାଂସ୍କୃତିକ ଅଧିକାରୀ ଙ୍କ କାର୍ଯ୍ୟକଳାପ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିକରିଛି କଳାକାର ସଙ୍ଘ l
ଏ ସମ୍ପର୍କରେ ଜିଲା ସଂସ୍କୃତି ବିଭାଗ ଅଧିକାରୀ ଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ମିଳିପାରିନାହିଁ l

Leave A Reply

Your email address will not be published.