xmas

କେନ୍ଦ୍ର ସରକାରଙ୍କ ଦର ବୃଦ୍ଧିକୁ ନେଇ ରାଜରାସ୍ତା ଅବରୋଧ ବିକ୍ଷୋଭକାରୀଙ୍କୁ ଉଠାଇ ନେଲା ପୋଲିସ।

କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧିକୁ ନେଇ ସାରାରାଜ୍ୟରେ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ବୌଦ୍ଧ କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ରାଜପଥ କୁ ଅବରୋଧ କରାଯାଇଥିଲା।ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସ୍ଥାନୀୟ ବାଘ ଗୁଡ଼ା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଜପଥ କୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲା।ବର୍ତ୍ତମାନ ସମୟରେ ପେଟ୍ରୋଲ ଠାରୁ ନେଇ ଖାଇବା ତେଲ ଓ ସମସ୍ତ ଖାଉଟି ସାମଗ୍ରୀର ଅହେତୁକ ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଛି।ତେଣୁ ଆଜି ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର୍ ମିଶ୍ର ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ 57 ନମ୍ୱର ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଜାତୀୟ ରାଜପଥ ଅବରୋଧ ଯୋଗୁଁ ବୌଦ୍ଧ ପୋଲିସ କଂଗ୍ରେସ ଦଳର ନେତା ଓ କର୍ମୀ ଙ୍କୁ ଉଠାଇ ନେଇଥିଲାl

Leave A Reply

Your email address will not be published.