xmas

ଜିଲ୍ଲା ଯୁବ ବିଜୁ ଜନତା ଦଳ ପୋକ୍ଷ ରୁ ଗୋଟିଏ ଗଛ କୋଟିଏ ଜୀବନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି: ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରି ଜିଲ୍ଲା ଯୁବ ବିଜେଡ଼ି ସଭାପତି ଆଡ଼ମା ରାବାଙ୍କ ନେତୃତ୍ଵରେ ଅଜି ପଡିଆ ବ୍ଲକର ପଡିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପଡିଆ ପଞ୍ଚାୟତ ସରପଞ୍ଚ ଗଙ୍ଗା କାରାମ୍, ମାଟେରୁ ସରପଞ୍ଚ ଲକ୍ଷ୍ମଣ ମାଡକାମୀ, ୱାର୍ଡ ମେମ୍ବର ସୁନୀତା ମଣ୍ଡଳ, ମାଧୁରୀ ଢ଼ାଳି, ଜୟନ୍ତୀ ବେଟି, କୁମାରୀ ଦରବାର, ଏସ୍. ଭେଙ୍କେଟେଶ୍ୱର୍ ରାଓ, ପୌର ପରିଷଦ ଛାତ୍ର ସଭାପତି ଏ.ରାଜୁ ରାଓ, ଯୁବ ଜନତା ଦଳ ମିଡ଼ିଆ ସଂଜୋଯକ ମନୋଜ ପଟ୍ଟନାୟକ, ଟୋକେଲ୍ ତେବେନ୍, ହରିଦାସ ମଣ୍ଡଳ, ଏମ. ରାମା, ସୋମନାଥ ମାଡକାମୀ, ପଡିଆ ବ୍ଲକର ବରିଷ୍ଠ ଯୁବ ଓ ଛାତ୍ର ବିଜେଡି କର୍ମକର୍ତା ପ୍ରମୁଖ ଯୋଗଦାନ ଦେଇଥିଲେ ।ଏହା ସହ ରାଜ୍ୟ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଜୁ ସ୍ବାସ୍ଥ୍ୟ ସେବା ଯୋଜନା,ବିଜୁ କେ ବିକେ, ମଧୁ ବାବୁ ପେନସନ ଯୋଜନା, ବୃକ୍ଷ ରୋପଣ ଆଦି ଯୋଜନାର ପ୍ରକୃକ୍ତ ହିତାଧିକାରୀ କିପରି ଲାଭ ଉଠ।ଇପରିବେ ସେ ସଂପର୍କ ରେ ଲୋକଙ୍କୁ ବୁଝାଇଥିଲେ ।

Leave A Reply

Your email address will not be published.