xmas

ରୋଗୀଙ୍କୁ ଘର ଛପର ନିମନ୍ତେ ପଲିଥିନ ସହିତ ସହାୟତାର ହାତବଢ଼ାଇଲା ପ୍ରଶାସନ

ଫୁଲବାଣୀ -06/08
କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ର ଦୁତିମେଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୈକୁମ୍ପା ନିକଟସ୍ତ ବଦଲା ସାହି ଗ୍ରାମର ଗରିବ ନିରୀହ ଅସହାୟ ବ୍ୟକ୍ତି ରାଜ କୁମାର ଦେହୁରୀ ଦୀର୍ଘ ଦିନ ହେଲା ଅଜଣା ରୋଗରେ ପୀଡ଼ିତ ଥିବାସାଙ୍ଗକୁ ଚିକିତ୍ସା ନିମନ୍ତେ ଅର୍ଥ ଅଭାବ ଥିବାରୁ ସେ ଘରେ ପଡ଼ି ରହିଛନ୍ତି l ଏପରି କି ମୁଣ୍ଡଗୁଞ୍ଜିବା ପାଈଁ ମଧ୍ୟ ବାସ ଗୃହ ଟିଏ ନାହିଁ
ଫଳରେ ସେ ନାହିଁ ନ ଥିବା ଅସୁବିଧା ରେ ଥିବାବେଳେ ସରକାର ଙ୍କ ତରଫରୁ ତାଙ୍କୁ ନା ମିଳିଛି ଇନ୍ଦିରାଆବାସ ନା ମିଳିଛି ବିଜୁ ପକ୍କା ଘର ଏପରି ଅବସ୍ଥା ରେ ତିନି ପ୍ରାଣୀ କୁଟୁମ୍ବ ସରକାର ଙ୍କର ଟଙ୍କିକି ଆ ଚାଉଳ କୁ ହିଁ ଭରସା କରି ଚଳୁଛନ୍ତି । ପୂର୍ବରୁ ସରପଞ୍ଚ ଏବଂ ସମିତି ସଭ୍ୟ ଓ ଖଜୁରିପଡ଼ା ବ୍ଲକ୍ ଉନୟନ ଅଧିକାରୀ ଙ୍କୁ ଘର ଖଣ୍ଡେ ଏବଂ ଚିକିତ୍ସା ନିମନ୍ତେ ଅର୍ଥ ସହାୟତା ଯୋଗାଇ ଦେବା ନିମନ୍ତେ ବହୁବାର ଅଭିଯୋଗ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନା ମିଳିଛି ଘର ନା ମିଳିଛି ଚିକିତ୍ସା ନିମନ୍ତେ ଅର୍ଥ ସହାୟତା । ଏହି ଘଟଣା ଦୁତିମେଣ୍ଡି ଉତ୍କଳ ମଣି ଯୁବକ ସଂଘ ର ଆସ୍ତିକ ମଲ୍ଲିକ ଙ୍କ ଜରିଆରେ ଖବର ପାଇ ସାମ୍ବାଦିକ ତଥା ସମାଜସେବୀ କୁନା ଦିଗାଲଙ୍କ ସହାୟତାରେ ଖଜୁରୀପଡା ତହସିଲଦାର ଙ୍କ ସ୍ୱପ୍ନିତା ନାୟକ ଙ୍କ ନିର୍ଦେଶରେ ଦୁତିମେଣ୍ଡି ଆର୍ ଆଇ ଶୁଭସ୍ମୀତା ମହାରଣା ପ୍ରଶାସନ ପକ୍ଷରୁ ପଲିଥିନ ଦେବାସହିତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ଆର ଆଇ ଶୁଭସ୍ମିତା ମହାରଣା କହିଛନ୍ତି l

Leave A Reply

Your email address will not be published.