mobile header

ଖରସ୍ରୋତା ଅଘଟଣ: ମିଳିଲାଣି ୪ ଜଣଙ୍କ ମୃତଦେହ

ଚିର ଖରସ୍ରୋତା ନଦୀରେ ଚିରଦିନ ପାଇଁ ହଜିଗଲା ଯୁବକ ଜୀବନ । ପାଣିର ଗଭୀରତା ଭିତରେ ହୋଲି ଗାଧୁଆ କାଳ ହେଲା । ମଙ୍ଗଳା ଘାଟରେ ଚାଲିଯାଇଛି ଅମୂଲ୍ୟ ଜୀବନ । ଯାଜପୁରରେ ନଦୀରେ ଭାସିଯାଇଥିବା ୨ ଯୁବକ ଏବେ ବି ନିଖୋଜ ଅଛନ୍ତି । ରଙ୍ଗ ଖେଳିବା ପରେ ନଦୀରେ ଗାଧୋଇବାକୁ ଯାଇ ଖରସ୍ରୋତାରେ ନିଖୋଜ ହୋଇଯାଇଥିଲେ ଯାଜପୁରର ୭ ଜଣ ଯୁବକ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏବେ ବି ଆଉ ୨ ଜଣଙ୍କର କୌଣସି ପତା ମିଳୁନାହିଁ । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଖୋଜାଖୋଜି ଚଳାଇଛନ୍ତି । ତେବେ ଯାଜପୁର ଟାଉନ ଥାନା ବଡସୁଆର ପଂଚାୟତ ବନ୍ଧମୁଣ୍ଡା ଗାଁକୁ ପୁରା ସ୍ତବ୍ଦ କରିଦେଇଛି । ଗାଁର ୧୫ରୁ ୨୦ ବର୍ଷର ଯୁବକମାନେ ଗାଁରେ ଥିବା ଅଷ୍ଟପ୍ରହରୀରେ ହୋଲି ଖେଳ ସାରି ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ଭାସି ଯାଇଥିଲେ । ମୋଟ ୭ ଜଣ ଭାସି ଯାଇଥିବା ବେଳେ ଜଣଙ୍କୁ ମୃତ୍ୟୁମୁଖରୁ ବଂଚାଇ ଦେଇଛନ୍ତି ଅଗ୍ନିଶମ ଓ ଓଡ୍ରାଫ୍ ଟିମ ।

ମୃତ୍ୟୁ ମୁଖରୁ ଜୀବନ ବଂଚାଇ ଘରକୁ ଫେରି ଆସିଥିବା ଅମିତ କୁମାର ଜେନା ଆମ କ୍ୟାମେରା ଆଗରେ କହିଛନ୍ତି ପାଣିରେ ବୁଡି ଯିବାର ଅନୁଭୂତି । ମୃତ୍ୟୁ ମୁଖରୁ କେମିତି ବଂଚିଗଲେ, ଏବଂ ସାଥୀମାନେ କେମିତି ଖରସ୍ରୋତାର ଗଣ୍ଡ ଭିତରେ ଭାସିଗଲେ । ବାଇଗଣ ପକାଇ ପରସ୍ପର ମଧ୍ୟରେ ଖେଳୁ ଖେଳୁ ଗଣ୍ଡ ଭିତରେ ଫସି ଯାଇଥିଲେ ଯୁବକମାନେ । ସେମାନଙ୍କ ମଧ୍ୟରୁ ୨ ଜଣ ପହଁରା ଶିଖିଥିଲେ ବି ଅନ୍ୟମାନଙ୍କୁ ବଂଚାଇବାକୁ ଯାଇ ସେମାନେ ମଧ୍ୟ ଫସି ଯାଇଥିଲେ ।

Leave A Reply

Your email address will not be published.