mobile header

ପୁଟିନଙ୍କୁ ଜେଲେନସ୍କିଙ୍କ ଚେତାବନୀ, କହିଲେ ଦେବାକୁ ପଡ଼ିବ ଯୁଦ୍ଧର ମୂଲ୍ୟ

କିଭ୍: ଗତ ୨୪ ଦିନ ହେଲା ଲାଗି ରହିଛି ରୁଷ-ୟୁକ୍ରେନ୍ ମଧ୍ୟରେ ଲଢ଼େଇ । ଦୁଇ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି । ଏହାରି ଭିତରେ ଅନେକ ସୈନିକଙ୍କ ମୃତ୍ୟୁ ହୋଇସାରିଲାଣି । ଅନେକ ସାଧାରଣ ଲୋକଙ୍କ ଜୀବନ ଯାଇସାରିଛି । ହେଲେ ବର୍ତ୍ତମାନ ସୁଦ୍ଧା ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ । ଯୁଦ୍ଧକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପୁଣି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରୁଷର ସୈନ୍ୟମାନେ ପ୍ରମୁଖ ସହରକୁ ଘେରି ରହିଛନ୍ତି । ୟୁକ୍ରେନ ନାଗରିକମାନଙ୍କୁ ସେମାନଙ୍କ ସହ ସହଯୋଗ କରିବାକୁ ପଡିବ ବୋଲି ଜେଲେନସ୍କି କହିଛନ୍ତି । ସମସ୍ତଙ୍କ ସହଯୋଗ ମିଳିଲେ ୟୁକ୍ରେନର ରଣନୀତି ସଫଳ ହେବ । ଯୁଦ୍ଧ ବନ୍ଦ ନକଲେ ରୁଷ ଦୀର୍ଘ ସମୟ ଧରି କ୍ଷତି ସହିବ ବୋଲି ଜେଲେନସ୍କି ଶନିବାର ଚେତାବନୀ ଦେଇଛନ୍ତି ।

ଦେଶକୁ ଦେଇଥିବା ଭିଡିଓ ବାର୍ତ୍ତାରେ ଜେଲେନସ୍କି ଆହୁରି କହିଛନ୍ତି, ‘ଏହା ଏକ ସଂପୂର୍ଣ୍ଣ ଯୋଜନା । ମସ୍କୋରେ ସେହି ଷ୍ଟାଡିୟମରେ ୧୪,୦୦୦ ମୃତଦେହ ଏବଂ ହଜାର ହଜାର ଆହତ ଲୋକ ଅଛନ୍ତି । ଅଖଣ୍ଡତାକୁ ଫେରାଇ ଆଣିବା ଏବଂ ୟୁକ୍ରେନକୁ ନ୍ୟାୟ ଦେବାର ସମୟ ଆସିଛି । ଅନ୍ୟଥା, ରୁଷକୁ ବହୁ ମୂଲ୍ୟ ଦେବାକୁ ପଡିବ । ଯେଉଁଥିରୁ ସେମାନେ ବଞ୍ଚିବାକୁ କଷ୍ଟ ଅନୁଭବ କରିବେ । ତାହା ସହ ଜେଲେନସ୍କି ପୁଟିନଙ୍କୁ ସିଧାସଳଖ ସାକ୍ଷାତ କରିବାକୁ ଚାହୁଁଥିବା ସେ କହିଛନ୍ତି ।

Leave A Reply

Your email address will not be published.