mobile header

ସମସ୍ତ ଭୋଟର,ଭାଇ,ଭଉଣୀ,ମା ମାଉସୀ ଓ ଗୁରୁଜନ ମାନଙ୍କୁ ମୁଁ ମୋର ପ୍ରଣାମ ଜଣାଉଛି

ବନ୍ଧୁଗଣ ମୁଁ ଦୀପକ କୁମାର ମହାପାତ୍ର ଭାରତୀୟ ଜାତୀୟ କଂଗ୍ରେସ ର ଭୁବନେଶ୍ୱର ମୁନିସିପାଲିଟି କର୍ପୋରେଶନ ଅଧୀନରେ ଥିବା ୫୨ ନମ୍ବର ୱାର୍ଡର କର୍ପୋରେଟର ପାର୍ଥି।୫୨ ନମ୍ବର ୱାର୍ଡର ସମସ୍ତ ଭୋଟର,ଭାଇ,ଭଉଣୀ,ମା ମାଉସୀ ଓ ଗୁରୁଜନ ମାନଙ୍କୁ ମୁଁ ମୋର ପ୍ରଣାମ ଜଣାଉଛି।ଏହି ବାର୍ତ୍ତା ଜରିଆରେ ମୁଁ ମୋର ନିର୍ବାଚନର ଇସ୍ତାହାର ଏହି ୱାର୍ଡ ର ସେବକ ଭାବରେ ଆପଣଙ୍କୁ ଜଣେଇବାକୁ ଚାହୁଁଛି।ବନ୍ଧୁଗଣ ଏହି ୱାର୍ଡରେ ମୁଁ ଜନ୍ମ ନେଇଛି, ଏହି ୱାର୍ଡରେ ବଢିଛି।ସମସ୍ତେ ମୋତେ ଚିହିଁଛନ୍ତି।ମୋର ବ୍ୟକ୍ତିତ୍ୱ କୁ ଜାଣିଛନ୍ତି।ମୁଁ ଏହି ୱାର୍ଡରେ କର୍ପୋରେଟର ନିର୍ବାଚନ ଏଇଥିପାଇଁ ଲଢ଼ୁଛି କି ବିଗତ ବର୍ଷ ମାନଙ୍କରେ ଜେବେଠୁଁ ଭୁବନେଶ୍ୱର ମୁନିସିପାଲିଟି କର୍ପୋରେସନ ହେଲାଣି ମିଛ ବିକାଶ ନାଁ ରେ ୱାର୍ଡରେ କର୍ପୋରେଟର ଜିତିଛନ୍ତି ବିଜେଡି ହେଉ କି ଅନ୍ୟ ଦଳର ଏମାନେ ସରକାରୀ ଅଧିକାରୀ ,ବିଏମସି ଅଧିକାରୀଙ୍କ ସଲସୁତୁରାରେ କୋଟି କୋଟି ଟଙ୍କାର ଦୁର୍ନୀତି ସହ ବାଟମାରଣା କରିଛନ୍ତି।ତାର ପରିଣାମ ହେଉଛି ଯେ ଦୀପ ତଳ ଅନ୍ଧାର ପରି ଆମର ୫୨ ନମ୍ବର ୱାର୍ଡ ଆଜି ସବୁଠାରୁ ପଛରେ ଅଛି।କୌଣସି ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିନାହିଁ।ଏହି ୱାର୍ଡରେ ଯାହା କିଛି ସମସ୍ୟା ୧୦ ବର୍ଷ ତଳେ ଥିଲା ତାହାର ସମାଧାନ ହୋଇନାହିଁ ବରଂ ସମସ୍ୟା ବଢିଛି।ମୁଁ ଏହି ୱାର୍ଡର ପୁଅ,ମୁଁ ଜଣେ ସାଧାରଣ ଲୋକ।ମୋ ପରିବାର ଅତ୍ୟନ୍ତ ସାଧାରଣ।ଆପଣ ସମସ୍ତେ ଜାଣିଛନ୍ତି।ମୁଁ କର୍ପୋରେଟର ନିର୍ବାଚନ ଲଢ଼ୁନାହିଁ କି ଏହି ନିର୍ବାଚନ ସରିବା ପରେ ଆପଣଙ୍କ ପଇସାକୁ ଲୁଟ କରିକି କର୍ପୋରେସନ ପଇସାକୁ ଲୁଟ କରିକି ବଡ଼ଗାଡ଼ି ଚଢିକି ଆସିବି ଏବଂ ଆପଣଙ୍କ ପାଖରେ କର୍ପୋରେଟର ର ପତିଆରା ଦେଖାଇବି।ମୁଁ ଆପଣଙ୍କ ପୁଅ,ଆପଣଙ୍କ ଭାଇ ଏ ଅଞ୍ଚଳର ସେବକ ହେଇ ଏଇଥିପାଇଁ ଶପଥ ନେଇଛି ଏବଂ କଂଗ୍ରେସରୁ ଏଇଥିପାଇଁ ପାର୍ଥି ହୋଇଛି ଯେ ମୁଁ ୫୨ ନମ୍ବର ୱାର୍ଡରେ ଲଢ଼ିବି,ୱାର୍ଡର ବିକାଶ କରିବି ବୋଲି ଆପଣଙ୍କୁ କଥା ଦେଉଛି ।ମୁଁ ସାମ୍ବାଦିକତା ଜଗତରୁ ଆସିଛି।ଜଣେ ସାମ୍ୱାଦିକ ଭାବେ କଥା ଦେଉଛି ଏବେର ନୁହେଁ ଯେଉଁମାନେ ବର୍ଷ ବର୍ଷ ଧରି ଦେଖୁଛନ୍ତି ମୋର ଫଟୋ ସାମ୍ୱାଦିକତା କଲାଦିନଠାରୁ ଆଜି ଯାଏଁ ମୋ ବିରୁଦ୍ଧରେ ଦୁର୍ନୀତି, କିଳାପୋତେଇ,କାହାକୁ ଠକିବାର, କାହାକୁ ଲୁଟିବାର ତିଳେମାତ୍ର ଅଭିଯୋଗ ମୋ ବିରୁଦ୍ଧରେ ନାହିଁ। ମୋ ପାଖରେ ନାହିଁ ଅର୍ଥ ବଳ,ବାହୁବଳ। ମୋ ଜୀବନ ଏକ ଖୋଲା ବହି।ମୁଁ ଜଣେ ସ୍ୱାଭିମାନି ଯୁବକ।ମୋର ସମ୍ପତ୍ତି ହେଉଛି ସ୍ୱାଭିମାନ,ମୋ ସମ୍ପତ୍ତି ହେଉଛି ସଚୋଟତା ଓ ସାଧୁତା।ଏହା ହିଁ ବଜାୟ ରହିବ ନିର୍ବାଚନ ପରେ ମଧ୍ୟ।ଯଦି ଆପଣ ମାନେ ବଡ଼ ଗାଡି ଚଢା ଲୁଟେରା ପାର୍ଥି ମାନଙ୍କ ପତିଆରାରୁ ଆଖି ଫେରେଇ ବାସ୍ତବରେ ମୋ ଭଳି ଜଣେ ଅତି ସାଧାରଣ ଅମାୟିକ ପରିବାରରୁ ଆସିଥିବା ନିଜେ ସଂଗ୍ରାମ କରିକି ନିଜ ଜୀବିକା ପାଇଁ ଲଢ଼ୁଥିବା ଏବଂ ଲୋକଙ୍କ ପାଇଁ ଲଢ଼ୁଥିବା ପାର୍ଥିଙ୍କୁ ଯଦି ଜୟଯୁକ୍ତ କରାନ୍ତି ତେବେ ମୁଁ କଥା ଦେଉଛି ଭୁବନେଶ୍ୱରର ୬୭ ୱାର୍ଡ ମଧ୍ୟରୁ ୫୨ ନମ୍ବର ଆମ ୱାର୍ଡକୁ ମୁଁ ବିଏମସି ର ଏକ ନମ୍ବର ୱାର୍ଡ କରିବି।ଏହା ହିଁ ହେଉଛି ମୋର ପ୍ରତିଶୃତି।ସ୍ୱାଭିମାନି ଯୁବକର ଜୟ ବା ଟେକ ରଖିବା ଆପଣଙ୍କ କାମ।ଆଉ ଜଣେ ସାଧୁତା ସଚୋଟ ବ୍ୟକ୍ତି ଯିଏ କି ଲଢ଼ୁଛି ଲୋକଙ୍କ ପାଇଁ।ଏ ସଚୋଟତା ବଞ୍ଚେଇ ରଖିବା ମଧ୍ୟ ଆପଣଙ୍କ କର୍ତ୍ତବ୍ୟ।ମୁଁ ଏ ଭୋଟ ଭିକ୍ଷା କରୁଛି ଆପଣଙ୍କ ପାଖରେ ମୁଁ କର୍ପୋରେଟର ହେବା ପାଇଁ ଯେତେ ନୁହେଁ ମୁଁ ଭୋଟ ଭିକ୍ଷା କରୁଛି ଏଥିପାଇଁ କି ସତ୍ୟର ଜୟ ହେଉ ଏବଂ ଏହି ୱାର୍ଡର ବାସ୍ତବିକ କାମ କରୁଥିବା ଲୋକର ଜୟ ହେଉ ଆଉ ଏହି ୱାର୍ଡର ବିକାଶ ହେଉ।

ଜୟହିନ୍ଦ

ବନ୍ଦେ ଉତ୍କଳ ଜନନୀ

ଜୟ କଂଗ୍ରେସ

Leave A Reply

Your email address will not be published.